oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେୟାର ମାର୍କେଟ୍‌ରେ କୋଟିଏ ୭ଲକ୍ଷ ନିବେଶ କରିଛନ୍ତି ପ୍ରତାପ ସାମଲ, ଦସ୍ତାବିଜ ଜବତ କଲା ଭିଜିଲାନ୍ସ

12/11/2021 at 3:46 PM

ଭୁବନେଶ୍ବର ୧୨।୧୧: ସେୟାର ମାର୍କେଟ୍ ରେ ଲାଗିଛି ପ୍ରତାପ ସାମଲଙ୍କ ଟଙ୍କା । ସେୟାର ମାର୍କେଟ୍ ରେ ୧ କୋଟି ୭ ଲକ୍ଷ ୩୭ ହଜାର ୮ଶହ ୩୧ ଟଙ୍କା ନିବେଶ କରିଛନ୍ତି ଓଡିଶା ପୋଲିସ ହାଉସିଂ ଓ୍ବେଲଫେୟାର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଏ ସମ୍ବନ୍ଧୀୟ ଦସ୍ତାବିଜ ଜବତ କରିଛି ଭିଜିଲାନ୍ସ ।

ଓଡିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ୧୦ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଥିଲା । ସରକାରୀ ହିସାବରେ ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪  ଟଙ୍କାର ସମ୍ପତ୍ତି ରହିଛି । ଯାହା ତାଙ୍କ ଆୟଠାରୁ ୧୦୨୧% ଅଧିକା । ତେବେ ତାଙ୍କ ସମ୍ପତ୍ତି ମଧ୍ୟରେ ଭୁବନେଶ୍ବର ଜୟଦେବ ବିହାରରେ ୬ ତାଲା  କୋଠା, ରାଜଧାନୀ ଉପକଣ୍ଠ ଗୋଠପାଟଣାରେ  ୫ ତାଲା କୋଠା, ଯାହାର ମୂଲ୍ୟ ୩କୋଟି ୮୯ଲକ୍ଷ ୬୦ହଜାର ଟଙ୍କା ହେବ ।  ଆଇଆରସି ଭିଲେଜର ଏନ୍‌-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି ।

ସେହିପରି ବାସୁଦେବପୁରର ସିନେମା ହଲ ରୋଡ଼ ବାଲି କଲୋନୀରେ ଚାରିତାଲା ବିଶିଷ୍ଟ  ଆପାର୍ଟମେଂଟ ରହିଛି । ଏସବୁ ବାଦ ମୋଟ ୨୫ଟି ପ୍ଲଟର ଠାବ କରାଯାଇଛି । ୨୫ ପ୍ଲଟର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ଼୍ୟୁଟି ମିଶାଇଲେ ମୂଲ୍ୟ ୩କୋଟି ୪୧ଲକ୍ଷ ୫୮ହଜାର ୪୧୨ଟଙ୍କା ହେବ।  ବ୍ୟାଙ୍କ ଆକାଉଣ୍ଟରେ ମୋଟ୍ ୧କୋଟି ୬୧ଲକ୍ଷ ୩୫ହଜାର ୮୧୨ଟଙ୍କା ରହିଛି । ବୀମା ରହିଛି ୫୭ ଲକ୍ଷ ୭୨ହଜାର ୧୫୦ଟଙ୍କା । ଏସବୁ କିଛିକୁ ଫ୍ରିଜ କରାଯାଇଛି ।

କୁବେର ଇଞ୍ଜିନିୟରଙ୍କ ସିନେମା ନିଶା । କଳା ଧନ ଟଙ୍କାରେ ତିଆରି କରିଛନ୍ତି ଦୁଇଟି ଓଡ଼ିଆ ସିନେମା । ଦୁଇଟି ସିନେମାରେ ପତ୍ନୀ ସସ୍ମିତା ସାମଲ ଅଛନ୍ତି ପ୍ରଯୋଜିକା । ଗୋଟିଏ ସିନେମାରେ ପ୍ରତାପ ସାମଲ ଅଛନ୍ତି କାର୍ଯ୍ୟକାରୀ ପ୍ରଯୋଜକ । ଓଡିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୁଧବାର ପ୍ରତାପକୁ ଗିରଫ କରି ଜେଲ ପଠାଇଛି ଭିଜିଲାନ୍ସ । ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ ।

   Related Posts