ଅପରେଶନ ବାଣୀବିହାର; ପୁଣି ହେବ ଚଢଉ

Published By : Prameya-News7 Bureau | March 11, 2019 IST

ଭୁବନେଶ୍ବର ୧|୩ (ନୀରଦ ପଟ୍ଟନାୟକ): ଏବେବି ବାଣୀବିହାର ହଷ୍ଟେଲରେ ବୁଲୁଛି କଳାବାଦଲର ଆସ୍ତରଣ । କେତେବେଳେ ବି କେଉଁ ହଷ୍ଟେଲରେ ଚଢାଉ କରିପାରେ ପୋଲିସ । ଗତ ରବିବାର କମିସନରେଟ ପୋଲିସ ପକ୍ଷରୁ ବାଣୀବିହାର କ୍ୟାମ୍ପସ ଭିତରେ ଥିବା ୭ନମ୍ବର ହଷ୍ଟେଲରକୁ ଖାଲିକରିଥିଲା ପୋଲିସ ।

{"id":92662}

ବାଣୀବିହାର ହଷ୍ଟେଲରେ ବିନା ଅନୁମତିରେ ରହୁଥିବା  ଛାତ୍ର ଛାତ୍ରୀ ସାବଧାନ । କେତେବେଳେ ବି ଆପଣଙ୍କ ହଷ୍ଟେଲରେ ପହଁଚିପାରେ କମିସନରେଟ ପୋଲିସ । କାରଣ ବାଣୀବିହାର କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଯେଉଁଛାତ୍ର ହଷ୍ଟେଲରେ ରହୁଥୁବେ ତାଙ୍କୁ ନିଶ୍ଚିତ ହଷ୍ଟେଲ ଛାଡିବାକୁ ପଡିବ । କାରଣ କମିସନରେଟ ପୋଲିସ କେବେବି ହଷ୍ଟେଲ ଭିତରେ ପଶି କରିପାରେ ଖାନତଲାସି । ଏଥିପାଇଁ ବାଣୀବିହାର କର୍ତ୍ତୃପକ୍ଷ କମିସନରେଟ ପୋଲିସକୁ ଲିଖିତ ଭାବେ ଜଣାଇ ସାରିଛନ୍ତି । ଆଉ କମିସନରେଟ ପୋଲିସ ଏହି କାର୍ଯ୍ୟପାଇଂ ୫ନମ୍ବର ଜୋନ ଏସିପିଙ୍କ ନେତୃତ୍ବରେ ଏକ ଟିମ ଗଠନ କରିଛି । ଯାହାର ସୂଚନା ଦେଇଛନ୍ତି ପୋଲିସ କମିସନର ସତ୍ୟଜିତ ମହାନ୍ତି ।

{"id":92663}

ପୁଣିଥରେ ଦେଖନ୍ତୁ ଏହି ଫଟୋକୁ । ଏଠାରେ ଯେଉଁ ପରିମାଣର ମଦ ବୋତଲ ମିଳିଛି ଏହା ଏକ ମଦ ଫ୍ୟାକ୍ଟ୍ରୀ ଭଳି ଦେଖାଯାଉଛି । ଖାଲି ବାହାରେ ନୁହେଁ ୭ନମ୍ବର ହଷ୍ଟେଲର ସବୁ ରୁମରେ ଥିବା ଛାତ୍ରଙ୍କ କବର୍ଡରେ ମଧ୍ୟ ରହିଥିଲା ମଦ ବୋତଲ । ଏହି ଘରଗୁଡିକୁ ପୋଲିସ ଓ ବାଣୀବିହାର କର୍ତୃପକ୍ଷ  କଟର ଦ୍ବାରା ତାଲା ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲେ । ଆଉ ଘର ଭିତରୁ ଖାଲି ମଦ ବୋତଲ ନୁହେଁ ହୁକ୍କା ସରଞାମ ମଧ୍ୟ ଜବତ କରାଯାଇଥିଲା ।

{"id":92664,"align":"center"}

ରବିବାର କମିସନରେଟ ପୋଲିସ ବାଣୀବିହାର ପରିସରରେ ଥିବା ୭ନମ୍ବର ହଷ୍ଟେଲକୁ ଖାଲି କରିଥିଲା । ଏହି ନୂତନ ତିନି ମହଲା ବିଲଡିଙ୍ଗକୁ ଗତବର୍ଷ ଉଦଘାଟନ କରାଯାଇଥିଲା । ହେଲେ ଏହି ଘରଗୁଡିକ ମଧ୍ୟରୁ ମାତ୍ର ୩୧ଟି ଘରକୁ ଛାତ୍ର ମାନଙ୍କୁ ଆଲଟ କରାଯାଇଥିଲା । ସେଥିମଧ୍ୟରୁ ୨୪ଜଣ ଛାତ୍ର ହଷ୍ଟେଲ ରୁମ ଛାଡିସାରିଥିଲେ । ତେବେ ଏତେଦିନ ହେବ ଅଣଛାତ୍ରମାନେ କିଭଳି ଏହି ହଷ୍ଟେଲକୁ ଜବରଦଖଲ କରି ରହିଥିଲେ ତାହା ଅନୁସଂଧାନ କରାଗଲେ ଅନେକଙ୍କର ମୁଖା ଖୋଲିବ ।

{"id":92665}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.