ଅପରେସନ ତ୍ରିଶୂଳ : ୩୩ ପଳାତକଙ୍କୁ ଗିରଫ କରି ଭାରତ ଆଣିଛି ସିବିଆଇ, ରାଡାରରେ ଆହୁରି ୨୭୬

Published By : Prameya-News7 Bureau | March 12, 2023 IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ବିଦେଶରେ ଲୁଚି ରହିଥିବା ଦେଶର ଅପରାଧୀଙ୍କ ବିରୋଧରେ ଅପରେସନ ତ୍ରିଶୂଳ ଜାରି ରଖିଛି । ଏହା ମାଧ୍ୟମରେ ଏଜେନ୍ସି ବର୍ତ୍ତମାନ ସୁଦ୍ଧା ବାହାରେ ଲୁଚି ରହିଥିବା ୩୩ ଜଣଙ୍କୁ ଦେଶକୁ ଫେରାଇ ଆଣିଛି । ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅପରେସନ ତ୍ରିଶୂଳ ଜରିଆରେ ଚଳିତ ବର୍ଷ ୬ ଜଣ ଅପରାଧୀଙ୍କୁ ଦେଶକୁ ପ୍ରତ୍ୟପର୍ଣ କରାଯାଇଛି । ସେ କହିଛନ୍ତି ଯେ ଭାରତ ପାଇଁ ନୋଡାଲ ଏଜେନ୍ସି ହୋଇଥିବାରୁ ସିବିଆଇ ଅନ୍ୟ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସହ ଯୋଗାଯୋଗ କରିଥାଏ, ଏହି ଆଧାରରେ ଆକ୍ସନ ନିଆଯାଇଥାଏ ।

ଭାରତରେ ୱାଣ୍ଟେଡ୍ ହମମ୍ମଦ ହନୀଫ ମକ୍କାତକୁ ସାଉଦି ଆରବ ନିକଟରେ ପ୍ରତ୍ୟର୍ପଣ କରିଥିଲା । ରବିବାର ହନୀଫ ଭାରତରେ ପହଞ୍ଚିଛି । ୨୦୦୬ ମସିହାରେ କରୀମ ନାମକ ଜଣେ ବ୍ୟକ୍ତିର ଅପହରଣ ଏବଂ ହତ୍ୟା ମାମଲାରେ ମକ୍କତ ବିରୋଧରେ ରେଡ୍ ନୋଟିସ୍ ଜାରି କରାଯାଇଥିଲା । କେରଳ କୋଝିକୋଡର କୁନ୍ନାମଙ୍ଗଲମ ପୋଲିସ ଷ୍ଟେସନରେ ଏହାକୁ ନେଇ ମାମଲା ରୁଜୁ କରାଯାଇଥିଲା ।

ମାର୍ଚ୍ଚ ୭ରେ ସିବିଆଇ ପଲର୍ସ ଗ୍ରୁପର ନିର୍ଦ୍ଦେଶକ ହରଚନ୍ଦ ସିଂ ଗିଲଙ୍କୁ ଗିରଫ କରିଥିଲା । କୋଟି କୋଟି ଟଙ୍କାର ପୋଞ୍ଜି ଦୁର୍ନୀତି ମାମଲାରେ ଫିଜିରୁ ପ୍ରତ୍ୟର୍ପଣ କରାଯାଇଥିଲା । ଗିଲଙ୍କ ବିରୋଧରେ ଇଣ୍ଟରପୋଲ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଥିଲା । ଇଣ୍ଟରପୋଲ ଅନୁସାରେ, ଭାରତୀୟ ଏଜେନ୍ସି ବିଶ୍ୱ ସ୍ତରରେ ୨୭୬ ପଳାତକଙ୍କୁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.