ସାତ ଦିନରେ ଅପରେସନ ସୁନ୍ଦରୀ ; ଆଜିଠାରୁ କସରତ ଆରମ୍ଭ କରିବ ମଧ୍ୟପ୍ରଦେଶ ଟିମ୍
30/10/2018 at 10:52 AM

ଅନୁଗୋଳ ୩୦|୧୦: ବାଘୁଣୀ ସୁନ୍ଦରୀଙ୍କୁ ଧରିବା ପାଇଁ ସାତକୋଶିଆରେ ଆଜିଠାରୁ କସରତ ଆରମ୍ଭ କରିବ ମଧ୍ୟପ୍ରଦେଶ ଟିମ୍ । ସାତ ଦିନ ଧରି ବନ ବିଭାଗ ଏବଂ ଟ୍ରାଙ୍କୁଲାଇଜ୍ ଟିମ୍ କୁ ଚକମା ଦେଇ ବୁଲୁଛି ସୁନ୍ଦରୀ । ଯେତେ ଫନ୍ଦି କଲେ ବି ସେଥିରେ ଫସୁନି । ସୁନ୍ଦରୀ ଅନୁଗୋଳ ବାଘମୁଣ୍ଡା ଗାଁ ପାଖରୁ ୧୦କିଲୋମିଟର ଜଙ୍ଗଲ ଭିତରକୁ ଚାଲିଗଲାଣି । ଏବେ ଆସନବାହାଲ ଗାଁ ଠାରୁ ୩ କିଲୋମିଟର ଦୂରରେ ରହିଛି । ସୁନ୍ଦରୀଙ୍କୁ କାବୁ କରିବ ପାଇଁ ମଧ୍ୟପ୍ରଦେଶରୁ ଟ୍ରାଙ୍କୁଲାଇଜ୍ ଟିମ୍ ପହଞ୍ଚିଛି । ସୁନ୍ଦରୀଙ୍କୁ ଟ୍ରାଙ୍କୁଲାଇଜ କରିବାପରେ ତାକୁ ନନ୍ଦନକାନନରେ ରଖିବା ପାଇଁ ନ୍ୟାସନାଲ ଟାଇଗର କନସର୍ଭେସନ ଅଥରିଟି ଏନଟିସିଏକୁ ପ୍ରସ୍ତାବ ଦିଆଯାଇଛି । ଯଦି ଏନଟିସିଓ ରାଜି ନହେବ ତାହେଲେ ସୁନ୍ଦରୀକୁ ବାନ୍ଧବଗଡ ଫେରାଇ ଦିଆଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି। ତେଣୁ ସୁନ୍ଦରୀ କେଉଁଠି ରହିବ ଏପର୍ଯ୍ୟନ୍ତ ସ୍ଥିର ହୋଇନି ।