ହିମାଚଳରେ ଭାଙ୍ଗିବ କି କଂଗ୍ରେସ ସରକାର ? ବିଜେପି ବିଧାୟକଙ୍କ ଦାବି ‘ଅପରେସନ ଲୋଟସ୍’ ଆରମ୍ଭ

Published By : Prameya-News7 Bureau | January 01, 2023 IST

ସିମଲା: ହିମାଚଳ ପ୍ରଦେଶରେ ‘ଅପରେସନ ଲୋଟସ୍’ ଆଶଙ୍କା । ଜୟରାମ ଠାକୁର ପୁଣି ଥରେ ହିମାଚଳର ମୁଖ୍ୟମନ୍ତ୍ରୀ ହେବା ନେଇ ବିଜେପି ବିଧାୟକ ଇନ୍ଦ୍ର ସିଂହ ଗାନ୍ଧି ଦାବି କରିଛନ୍ତି । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି ସରକାରରେ ମନ୍ତ୍ରୀ ରହିଥିବା ବିକ୍ରମ ସିଂହ ମଧ୍ୟ ଅପରେସନ ଲୋଟସକୁ ନେଇ ଏକ ପୋଷ୍ଟ କରିଥିଲେ । ପରେ ଏହାକୁ ଅଡି଼ଟ୍ କରି ଦେଇଛନ୍ତି ।  

ବିଧାନସଭା ନିର୍ବାଚନରେ ବହୁମତ ପରେ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ କରିଛି । ସୁଖବିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ଓ ମୁକେଶ ଅଗ୍ନିହୋତ୍ରୀ ଡେପୁଟି ସିଏମ ଭାବେ ଶପଥ ନେଇଛନ୍ତି  । ମାତ୍ର ସରକାର ଗଠନକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ରାଜ୍ୟ କ୍ୟାବିନେଟର ବିସ୍ତାର ହୋଇନାହିଁ । ଏପଟେ ମଣ୍ଡି ଜିଲ୍ଲା ବଲ୍‌ହ ବିଧାନସଭା କ୍ଷେତ୍ର ବିଜେପି ବିଧାୟକ ଇନ୍ଦ୍ର ସିଂହ ଗାନ୍ଧିଙ୍କ ବୟାନ ହିମାଚଳରେ ଅପରେସନ ଲୋଟସକୁ ଆଶଙ୍କାକୁ ବଢ଼ାଇ ଦେଇଛି । ଜୟରାମ ଠାକୁର ପୁଣିଥରେ ହିମାଚଳର ମୁଖ୍ୟମନ୍ତ୍ରୀ ହେବା ନେଇ ସେ ଦାବି କରିଛନ୍ତି । ଅନ୍ୟପଟେ ଇନ୍ଦ୍ର ସିଂହଙ୍କ ଏହି ବୟାନକୁ ଭିତ୍ତିହୀନ ଏବଂ ବିଜେପିର ଏହି ସ୍ବପ୍ନ ଅଧୁରା ରହିବ ବୋଲି କଂଗ୍ରେସ ନେତା କହିଛନ୍ତି ।

{"id":727899,"width":846,"height":679,"sizeSlug":"full","linkDestination":"none"}

ସୂଚନା ଅନୁଯାୟୀ, ବିଜେପି ବିଧାୟକ ଇନ୍ଦ୍ର ସିଂହ ଗାନ୍ଧି ଏକ ଘରୋଇ ଟିଭି ଚ୍ୟାନେଲ୍କୁ ସାକ୍ଷାତକାର ଦେଇ ହିମାଚଳ ପ୍ରଦେଶରେ ଅପରେସନ ଲୋଟସ୍ ଆରମ୍ଭ ହୋଇଯାଇଛି ଏବଂ କଂଗ୍ରେସ ମଧ୍ୟ ଏନେଇ ଅବଗତ ରହିଛି । କଂଗ୍ରେସର ୧୮ଜଣ ବିଧାୟକଙ୍କ କୌଣସି ଖୋଜ୍ ଖବର ନାହିଁ । ଏନେଇ ଇନ୍ଦ୍ର ସିଂହଙ୍କୁ ପଚାରିବାରୁ ବିଜେପି ନେତା କଂଗ୍ରେସ ବିଧାୟକଙ୍କୁ ଗାଏବ କରିନେଥିବା ଇସାରା ଇସାରାରେ କହିଛନ୍ତି । ସେହିପରି ବିଜେପି ନେତା ବିକ୍ରମ ସିଂହ ଫେସବୁକରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି,  ହିମାଚଳରେ ‘ଆମ ଚାପରେ ନୁହେଁ ବରଂ ନିଜ ଭାରରେ କଂଗ୍ରେସ ସରକାର ଭାଙ୍ଗିବ ଅପରେସନ ଲୋଟସ୍’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.