ସମାପ୍ତ ହେଲା ଅପରେସନ ‘କାବେରୀ’, ନୌସେନାର ୫ ଜାହଜ ଓ ବାୟୁସେନାର ୧୭ ଉଡାଣରେ ସ୍ୱଦେଶ ଫେରିଲେ ୩,୮୬୨ ଭାରତୀୟ

Published By : Prameya-News7 Bureau | May 06, 2023 IST

ନୂଆଦିଲ୍ଲୀ ୬।୫: ଗୃହଯୁଦ୍ଧଗ୍ରସ୍ତ ସୁଦାନରେ ଫଶି ରହିଥିବା ଭାରତୀୟଙ୍କ ଲାଗି ଚଳାଯାଇଥିବା ଅପରେସନ ‘କାବେରୀ’ ସମାପ୍ତ ହୋଇଛି। ଭାରତୀୟ ବାୟୁସେନାର ଶେଷ ବିମାନ ଶୁକ୍ରବାର ୪୭ ଜଣ ଯାତ୍ରୀଙ୍କୁ ନେଇ ଭାରତ ଫେରିଛି। ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବଳ ମଧ୍ୟରେ ଜାରି ସଂଘର୍ଷରେ ଭାରତ ନିଜ ନାଗରିକଙ୍କୁ ବାହାର କରିବା ପାଇଁ ଏପ୍ରିଲ ୨୪ ତାରିଖ ଦିନ ଅପରେସନ କାବେରୀ ଆରମ୍ଭ କରିଥିଲା।

{"id":782621,"width":840,"height":630,"sizeSlug":"full","linkDestination":"none"}

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏ ନେଇ ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ବାୟୁସେନାର ସି-୧୩୦ ବିମାନ ଅପରେସନ କାବେରୀ ଜରିଆରେ ସୁଦାନରୁ ୩,୮୬୨ ଜଣଙ୍କୁ ଭାରତ ଫେରାଇ ଆଣିଛି। ଏଥି ଲାଗି ଭାରତୀୟ ବାୟୁ ସେନା ୧୭ଟି ଉଡାଣ ସଞ୍ଚାଳନ କରିଥିଲା। ସେହିପରି ଭାରତୀୟ ନୌସେନା ପୋର୍ଟ ସୁଦାନରୁ ଭାରତୀୟଙ୍କୁ ସାଉଦୀ ଆରବ ଜେଦ୍ଦା ଆଣିବା ଲାଗି ୫ଟି ଫେରି କରିଥିଲା। ଜୟଶଙ୍କର କହିଛନ୍ତି ଯେ ସୁଦାନ ସୀମାକୁ ଲାଗି ରହିଥିବା ଦେଶମାନଙ୍କରୁ ୮୬ ଜଣ ଭାରତୀୟଙ୍କୁ ମଧ୍ୟ ଏଥିରେ ଉଦ୍ଧାର କରାଯାଇଛି।

{"id":782622,"sizeSlug":"full","linkDestination":"none"}

ସୁଦାନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟାରେ ସହାୟତା ନିମନ୍ତେ ଜୟଶଙ୍କର ସାଉଦୀ ଆରବକୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ବିଦେଶରେ ସବୁ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ ଆମ ଲାଗି ପ୍ରେରଣାର ଉତ୍ସ ହୋଇଥିଲା। ଏହି ସମୟରେ କେନ୍ଦ୍ର ବୈଦେଶିକ ରାଜ୍ୟମନ୍ତ୍ରୀ ବି. ମୂରଲୀଧରଣ ମଧ୍ୟ ଉଦ୍ଧାର କାର୍ଯ୍ୟ ପରିଚାଳନା ନିମନ୍ତେ ସାଉଦୀ ଆରବରେ ଉପସ୍ଥିତ ଥିଲେ। ଏଥି ଲାଗି ଜୟଶଙ୍କର  ବୈଦେଶିକ ରାଜ୍ୟମନ୍ତ୍ରୀଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.