ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଅପରେସନ୍‌ ଗ୍ରିନ୍‌ କ୍ଲିନ୍‌: ୩୨ ଏକର୍‌ ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

22/11/2022 at 10:02 PM

ଲମତାପୁଟ ୨୨/୧୧: ୩୨ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ମାଛକୁଣ୍ଡ ପୋଲିସ। ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ କୋରାପୁଟ ପୋଲିସ ଏପରି ଏକ ବଡ଼ ପଦକ୍ଷେପ ନେଇଛି। ଅପରେସନ ଗ୍ରୀନକ୍ଳିନ ଅଧୀନରେ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଅଭିଯୁକ୍ତ ଚାଷୀଙ୍କୁ  ଗିରଫ କରିଛି ପୋଲିସ। ଲମତାପୁଟ ବ୍ଲକ ଗଡ଼ିହଞ୍ଜର ପଞ୍ଚାୟତ ଏନୁଙ୍ଗୁ ଗାଁରେ ବିପୁଳ ପରିମାଣର ଗଞ୍ଜେଇ ଚାଷକୁ କୋରାପୁଟ ପୋଲିସ ନଷ୍ଠ କରିଛି। ମାଓ ପ୍ରଭାବିତ ଅଞ୍ଚଳ କାରଣରୁ  କଡ଼ା ସୁରକ୍ଷାରେ ମାଛକୁଣ୍ଡ, କୋରାପୁଟ ପୋଲିସ,ଡି.ବି. ଏଫ, ଅବକାରୀ, ବିଭାଗ ବନ ବିଭାଗ ଏବଂ ସ୍ଥାନୀୟ  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାୟ ୩୨ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଏହାର ମୂଲ୍ୟ ୩୨  କୋଟିରୁ  ଅଧିକ ହେବ ବୋଲି ପୋଲିସ ସୂଚନା କହିଛି।

ପୋଲିସର କଡ଼ା ପଦକ୍ଷପ ପରେ ପାଡୁଆ ଲମତାପୁଟ ଅଞ୍ଚଳରେ ଚଳିତ ବର୍ଷ ୫୦ ଭାଗ ଗଞ୍ଜେଇ ଚାଷ ବନ୍ଦ ହୋଇଥିବା  ଏସଡ଼ିପିଓ  ଜଣାଇଛନ୍ତି। ଗତବର୍ଷ  କୋରାପୁଟରେ ୮୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ  ମାଛକୁଣ୍ଡ ଏବଂ ପାଡ଼ୁଆରେ ୬୦୦ ଏକର ଗଞ୍ଜେଇ  ଚାଷ ନଷ୍ଟ କରଯାଇଥିଲା। ଚଳିତ ବର୍ଷ  ଲୋକଙ୍କୁ  ସଚେତନ କରିବା ସହ ଗଞ୍ଜେଇ  ଚାଷ ନଷ୍ଟ କରି  ସମ୍ପୂର୍ଣ ଗଞ୍ଜେଇ ମୁକ୍ତ କରିବା ପାଇଁ ପୋଲିସ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ପୋଲିସ କହିଛି।

   Related Posts