ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୫୨ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ
29/11/2020 at 10:17 AM

ମୋହନା,୨୯/୧୧: ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ୍ କ୍ଲିନ୍ । ଗଜପତି ଜିଲ୍ଲାରେ ପୁଣି ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ।

ଜିଲ୍ଲାର ବମ ଗାଁ ନିକଟରେ ଗଞ୍ଜେଇ ଚାଷ ହୋଇଥିବା ସୂଚନା ମିଳିବା ପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ପ୍ରାୟ ୫୨ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ବେଳେ ଏହାକୁ କାଟିବା ପରେ ପୋଡି ନଷ୍ଟ କରାଯାଇଛି ।

ଏହାର ମୂଲ୍ୟ ୧୦କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ସେହିପରି ଗତ ୨୭ ତାରିଖରେ ମଧ୍ୟ ବୁଡୁଣୀ ଗାଁ ନିକଟରେ ଚଢ଼ାଉ କରି ୧୩ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଥିଲେ ମିଳିତ ବାହିନୀ ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023