ଅପରେସନ୍‌ ଗ୍ରିନ୍‌ କ୍ଲିନ୍‌: ୮ କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ଟିମ୍‌

Published By : Prameya-News7 Bureau | December 13, 2022 IST

ବୈପାରିଗୁଡ଼ା ୧୩/୧୨: ଅବକାରୀ ବିଭାଗ ପକ୍ଷରୁ ନଷ୍ଟହେଲା ବେଆଇନ୍‌ ଗଞ୍ଜେଇ ଚାଷ। ଏପରି ଚିତ୍ର ବୈପାରୀଗୁଡା ଥାନା ଅନ୍ତର୍ଗତ ଶିମିଳିଅଟାଳ ଗାଁରେ ଦେଖିବାକୁ ମିଳିଛି। ଗତ ୨ ଦିନ ମଧ୍ୟରେ ଅବକାରୀ ଟିମ୍‌ ୬୭ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରିଛି। ନଷ୍ଟ ହୋଇଥିବା ଗଞ୍ଜେଇ ଚାଷର ଆନୁମାନିକ ମୂଲ୍ୟ ୮କୋଟି ଟଙ୍କା ହେବ ବୋଲି କୁହାଯାଇଛି।

ଶିମିଳିଅଟାଳ ଗାଁରେ ୩୧ ସରକାରୀ ଜମିରେ ହୋଇଥିବା ଗଞ୍ଜେଇ ଚାଷ ପୋଡ଼ି ନଷ୍ଟ କରାଯାଇଛି l ଏହାର ଆନୁମାନିକ ମୂଲ୍ୟ ୪ କୋଟି ହେବ ବୋଲି ଅବକାରୀ ଅଧିକ୍ଷକ କହିଛନ୍ତି l ଆଗାମୀ ଦିନରେ ଏପରି ଚଢ଼ଉ ଜାରି ସେ ଜଣାଇଛନ୍ତି।

ସୂଚନାଥାଉକି,  ସୋମବାର ମାଙ୍କିଡି ଗାଁ ପାଖ ଜଙ୍ଗଲରେ ୩୬ ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛକୁ ଜାଳି ପୋଡ଼ି ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୪ କୋଟି  ୩୨ ଲକ୍ଷ ଟଙ୍କାରୁ  ଅଧିକ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.