ଚୂଡାନ୍ତ ପର୍ଯ୍ୟାୟରେ ‘ଅପରେସନ ଗଙ୍ଗା’, ଏବେ ସୁମିରେ ଅଟକିଥିବା ଲୋକଙ୍କୁ ବାହାର କରିବା ଉପରେ ଗୁରୁତ୍ୱ

Published By : Prameya-News7 Bureau | March 06, 2022 IST

ନୂଆଦିଲ୍ଲୀ ୬।୩: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ବାହାରି ପଡୋଶୀ ଦେଶମାନଙ୍କରେ ପହଞ୍ଚିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ହାତକୁ ନେଇଥିବା ‘ଅପରେସନ ଗଙ୍ଗା’ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ସେଠାରୁ ସବୁ ଭାରତୀୟଙ୍କୁ ବାହାର କରିବାର କାମ ପ୍ରାୟ ଶେଷ ହୋଇଛି। ରବିବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ। ୟୁକ୍ରେନରୁ ବାହାରି ଅନୁନ୍ୟ ୫ ହଜାର ୨୮୦ ଜଣ ପିଲା ହଙ୍ଗେରୀରେ ପହଞ୍ଚିଥିଲେ। ସେମାନଙ୍କୁ ଶନିବାର ରାତି ସୁଦ୍ଧା ଭାରତ ଅଣାଯାଇଛି।

{"id":596768,"sizeSlug":"full","linkDestination":"none"}

ରବିବାର ମଧ୍ୟ ଆଉ ୫ଟି ଉଡାଣ ହୋଇଛି। ଏଥିରେ ୮୯୦ ଜଣ ଛାତ୍ରଛାତ୍ରୀଙ୍କୁ ଆଣିବାର ଯୋଜନା ରହିଛି। ଭାରତୀୟ ଦୂତାବାସ ରବିବାର ଅପରେସନ ଗଙ୍ଗା ଉଡାଣର ଶେଷ ପର୍ଯ୍ୟାୟ ଆରମ୍ଭ ହୋଇଥିବାର ଘୋଷଣା କରିଛନ୍ତି। ଏଣୁ ଯେଉଁମାନେ ନିଜ ବ୍ୟବସ୍ଥାରେ କେଉଁଠି ଅଟକି ଅଛନ୍ତି ସେମାନେ ହଙ୍ଗେରିୟ ସିଟି ସେଣ୍ଟର, ରାକୋଜୀ ୟୁଟି-୯୦ ବୁଦା ପେଷ୍ଟରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ପହଞ୍ଚନ୍ତୁ ବୋଲି ଅନୁରୋଧ କରିଛନ୍ତି। ହେଲେ ଏବେ ମଧ୍ୟ ଅନେକ ଭାରତୀୟ ଛାତ୍ର ୟୁକ୍ରେନରେ ଅଟକି ରହିଥିବାର ଜଣାପଡିଛି।

{"id":596769,"width":839,"height":465,"sizeSlug":"full","linkDestination":"none"}

ତେବେ ଯୁଦ୍ଧ ପରିସ୍ଥିତି ଭୟାବହ ହୋଇଥିବାରୁ ସେମାନଙ୍କୁ ଏବେ ୟୁକ୍ରେନୀୟ ସହରରୁ ବାହାର କରିବା ସମ୍ଭବ ହେଉ ନାହିଁ। ଏଣୁ ୟୁକ୍ରେନର ଭାରତୀୟ ଦୂତାବାସ ରବିବାର ତତ୍କାଳ ଆଧାରରେ ଅନଲାଇନ ଫର୍ମ ପୂରଣ କରିବାକୁ କହିଛନ୍ତି। ଦୂତାବାସ ତାଙ୍କ ଅଧିକାରୀକ ଟ୍ୱିଟ୍‌ରେ ଏକ ଗୁଗଲ ଫର୍ମ ପୋଷ୍ଟ କରିଛନ୍ତି। ଯେଉଁଥିରେ ନାମ, ପାସପୋର୍ଟ ନମ୍ବର ଓ ସେ ରହୁଥିବା ବର୍ତ୍ତମାନର ସ୍ଥାନ ସମ୍ପର୍କରେ ସୂଚନା ମାଗିଛନ୍ତି। ମନ୍ତ୍ରାଳୟଙ୍କ ଅନୁସାରେ ଯୁଦ୍ଧଗ୍ରସ୍ତ ଖାର୍କିଭ ଓ ପେସୋଚୀନରୁ ପ୍ରାୟ ସବୁ ଭାରତୀୟଙ୍କୁ ବାହାର କରି ଅଣା ଯାଇଥିବା କୁହାଯାଇଛି। ତେବେ ସୁମୀରେ କିଛି ଭାରତୀୟ ଏବେବି ଅଟକି ରହିଛନ୍ତି।

{"id":596770,"sizeSlug":"full","linkDestination":"none"}

ଏହି ଭାରତୀୟଙ୍କୁ ସେଠାରୁ କାଢିବା ଲାଗି ଦୂତାବାସ ବ୍ୟବସ୍ଥାରେ ଲାଗିଛନ୍ତି। ତେବେ ଏଠାରୁ ଲୋକଙ୍କୁ କାଢ଼ିବା ଏତେ ସହଜ ନୁହେଁ ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି। କାରଣ ଏଠାରେ ଭୀଷଣ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏଠାକୁ କୌଣସି ପ୍ରକାର ଯୋଗାଯୋଗ ହୋଇପାରୁନଥିବା ବେଳେ ପରିବହନର ଆଦୌ ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି। ଏଣୁ ଭାରତ ୟୁକ୍ରେନରୁ ବାକି ଛାତ୍ରଛାତ୍ରୀଙ୍କୁ କାଢିବା ଲାଗି ସରକାର ଅନ୍ୟ ବିକଳ୍ପର ଏବେ ବିଚାର କରୁଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.