previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ଫେଲ୍ ମାରିଲା ଅପରେସନ ବିୟର : ଭାଲୁ ସହର ଛାଡିଥିବା ଦାବି କରୁଛି ବନ ବିଭାଗ କିନ୍ତୁ ବିଶ୍ବାସ କରିପାରୁନାହାନ୍ତି ଲୋକେ, ଏବେବି ରହିଛି ଆତଙ୍କ

22/08/2020 at 5:29 PM

କଳାହାଣ୍ଡି ୨୨।୮: ବାପ-ପୁଅ ରାତି ଅନିଦ୍ରା, ମୁଗୁରା ମୁହଁ ମେଲା । କଳାହାଣ୍ଡି ଭବାନୀପାଟଣାରେ ଅପରେସନ ବିୟରର ଏମିତି କିଛି ଆଣ୍ଟି କ୍ଲାଇମାକ୍ସ ଦେଖିବାକୁ ମିଳିଛି । ଭାଲୁ ସହର ଛାଡ଼ି ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିବା ନେଇ ବନ ବିଭାଗ ଦାବି କରୁଥିବା ବେଳେ, ସହରବାସୀଙ୍କ ମଧ୍ୟରେ ଏବେ ବି ଚାଲିଛି ଟୁପୁରୁଟାପୁରୁ ।

କୁଆଡ଼େ ଗଲା ଭବାନୀପାଟଣା ସହରରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଉତ୍ପାତ ମଚାଇଥିବା ଜଙ୍ଗଲି ଭାଲୁ ? ଯେଉଁ ଭାଲୁ ପାଇଁ ପୂରା ଭବାନୀପାଟଣା ଭୟରେ ଥରୁଥିଲା, ଏବେ ସେ କେଉଁଠି ?  କୁଆଡ଼େ ଛୁମନ୍ତର ହେଲା ନା ଉଭେଇଗଲା ? ବନ ବିଭାଗ, ପୋଲିସ, ଅଗ୍ନିଶମ ବିଭାଗ ନାକେଦମ୍ କରିଥିଲା ଭାଲୁ । ଶୁକ୍ରବାର ନିଶ୍ଚେତକ ଦେଇ ଭାଲୁ କାବୁ କରାଯାଇଥିବା ନେଇ ବନବିଭାଗ ଦାବି କରୁଥିବା ବେଳେ ସମସ୍ତଙ୍କୁ ଚକମା ଦେଇ ବିଳମ୍ବିତ ରାତିରେ ଜଙ୍ଗଲକୁ ଛୁ ମାରିଛି ଭାଲୁ । ଭାଲୁ ପିଛା କରୁଥିବା ବନବିଭାଗ ସ୍କ୍ବାର୍ଡ ଭାଲୁ ସହର ଛାଡ଼ି ଦେଇଥିବା ଦାବି କରୁଥିଲେ ବି ସହରରେ ଭାଲୁ ଆତଙ୍କ ଲାଗି ରହିଛି । ଭାଲୁ ଉପସ୍ଥିତିକୁ ନେଇ ଏବେ ବି ସନ୍ଦିହାନ ସହରବାସୀ ।

ଏପଟେ ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ବେଳେ ମୋଟ ୭ ଜଣ ଆହତ ହୋଇଛନ୍ତି । ଶୁକ୍ରବାର କୁଟିଆ ସିଂ ସାହାସ ଜୁଟାଇ ଭାଲୁକୁ ନବାଡ଼େଇଥିଲେ ବନ ବିଭାଗ ସାମ୍ନାରେ ଜଣଙ୍କ ମୃତ୍ୟୁ ସୁନିଶ୍ଚିତ ହୋଇଥାନ୍ତା  ଏଣୁ ବନବିଭାଗ ପକ୍ଷରୁ ଆହତ ଓ ଗୁରୁତରଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା ।

ସପ୍ତାହକ ମଧ୍ୟରେ ଭବାନୀପାଟଣା ସହର ଭିତରେ ପଶିଥିଲେ ଦୁଇ ଦୁଇଟି ଭାଲୁ । ତେବେ ବନବିଭାଗ ଆଗକୁ ସତର୍କତାମୂଳକ ପଦକ୍ଷେପ ନହେଲେ ପରିସ୍ଥିତି ଆହୁରି ଭୟାବହ ହେବାର ଆଶଙ୍କା କରାଯାଇଛି ।

   Related Posts