suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତକୁ ଝଟକା, ଓପନର ଋତୁରାଜ ଗାଏକ୍ୱାଡ ଆହତ ଯୋଗୁଁ ଟିମରୁ ବାହାର

26/01/2023 at 6:04 PM

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଟିମର ଯୁବ ଓପନର ଋତୁରାଜ ଗାଏକ୍ୱାଡ ଆହତ ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ବାହାର ହୋଇଛନ୍ତି । ରଣଜୀ ଟ୍ରଫି ସମୟରେ ଗାଏକ୍ୱାଡଙ୍କ ହାତରେ ଆଘାତ ଲାଗିଥିଲା, ଏହାପରେ ସେ ଚିକିତ୍ସା ପାଇଁ ରାଷ୍ଟ୍ରୀୟ କ୍ରିକେଟ୍ ଅକାଦେମୀ ପହଞ୍ଚିଥିଲେ ।

ରିପୋର୍ଟ ଅନୁସାରେ ଏବେ ଏହି ଆହତ କାରଣରୁ ସେ ଟି-୨୦ ଶୃଙ୍ଖଳାରୁ ବାଦ ପଡିଛନ୍ତି । ଋତୁରାଜଙ୍କ ଲଗାତାର ଆହତ ହେବା କାରଣରୁ ବିସିସିଆଇ ମଧ୍ୟ ତାଙ୍କ ଉପରେ ଅସନ୍ତୋଷ ହୋଇଛି । ଏହି ଯୁବ ବ୍ୟାଟର ଆହତ ଯୋଗୁଁ ଗତ ଅନେକ ସିରିଜରୁ ବାହାର ହୋଇଛନ୍ତି । ଆହତ କାରଣରୁ ପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାହାର ହୋଇଥିଲେ । ଆର୍ୟଲାଣ୍ଡ ଗସ୍ତ ବେଳେ ପ୍ରଥମ ମ୍ୟାଚରେ ଆହତ ଯୋଗୁଁ ସେ ଖେଳିପାରି ନଥିଲେ ଏବଂ ଦ୍ୱୀତୟ ମ୍ୟାଚରେ ଟିମରୁ ବାହାର ହୋଇଥିଲେ ।

ଋତୁରାଜ ଭାରତୀୟ ଟିମରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଛନ୍ତି । ସେ ଟିମର ନିୟମିତ ସଦସ୍ୟ ନୁହନ୍ତି । ବରିଷ୍ଠଙ୍କ ଅନୁପସ୍ଥିତିରେ ତାଙ୍କୁ ସୁଯୋଗ ମିଳୁଛି । ଏବେ ଆହତ ଯୋଗୁଁ ଟିମରୁ ବାହାର ହେବା ପରେ ପୃଥ୍ୱୀ ସ’ଙ୍କୁ ସୁଯୋଗ ମିଳିପାରେ । ଦୀର୍ଘ ସମୟରୁ ଟିମରୁ ବାହାରେ ଥିବା ପୃଥ୍ୱୀ ସ’ ନ୍ୟୁଜିଲାଣ୍ଡ ବିପକ୍ଷ ଭାରତୀୟ ଟିମରେ ସ୍ଥାନ ପାଇଛନ୍ତି । ୨୦୨୧ ଜୁଲାଇରେ ଭାରତ ପାଇଁ ଡେବ୍ୟୁ କରିଥିବା ଋତୁରାଜ ଗୋଟିଏ ଦିନିକିଆ ଏବଂ ୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି ।

ଭାରତ ବନାମ ନ୍ୟୁଜିଲାଣ୍ଡ ଟି-୨୦, ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାର ଜାନୁଆରୀ ୨୭ରେ ରାଞ୍ଚିରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୨୯ରେ ଲକ୍ଷ୍ନୌରେ ଖେଳାଯିବ, ସେହିପରି ତୃତୀୟ ମ୍ୟାଚ ଫେବ୍ରୁଆରୀ ୧ରେ ଅହମଦାବାଦରେ ଖେଳାଯିବ ।

   Related Posts