ଜନ୍ମ ସାର୍ଟିଫିକେଟ ପାଇଁ ଖୁଲମଖୁଲା ଲାଞ୍ଚ, କ୍ୟାମେରାରେ ରେକର୍ଡ ହେଉଥିଲେ ବି ବହପ ଦେଖାଉଛନ୍ତି ବାବୁ

Published By : Prameya-News7 Bureau | July 04, 2022 IST

ଜୟପୁର: ଜୟପୁର ପୌରପାଳିକାରେ ଜନ୍ମ ସାର୍ଟିଫିକେଟ ପାଇଁ ଖୁଲମଖୁଲା ଲାଞ୍ଚ । ନିର୍ଦ୍ଧାରିତ ସରକାରୀ ଧାର୍ଯ୍ୟ ଫି ଠାରୁ ଅଧିକ ନେଉଛନ୍ତି ପୌରପାଳିକାର କର୍ମଚାରୀ। ସବୁ କଥା କ୍ୟାମେରାରେ ରେକର୍ଡ ହେଉଥିଲେ ବି ବାବୁ ଜଣଙ୍କ ବହପ ଦେଖାଉଛନ୍ତି । ସରକାରୀ ଧାର୍ଯ୍ୟ ଦର ୧୨ ଟଙ୍କା ବଦଳରେ ଜନ୍ମ ସାର୍ଟିଫିକେଟ ପାଇଁ ୩୫୦ ଟଙ୍କା ନେଉଛନ୍ତି ଏହି ମହାଶୟ।  ମହାଶୟଙ୍କ ପଛରେ କିଏ ? ବିଜେପି ନେତା ଗୌତମ ସାମନ୍ତରାୟ ଏହି ଭିଡିଓ ନିଜ ସୋସିଆଲ ସାଇଟରେ ଅପଲୋଡ଼ କରିବା ସହ ମିଡ଼ିଆକୁ ଏହା ଦେଇଛନ୍ତି। ତେବେ ଏହି କର୍ମଚାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। କ୍ୟାମେରାରେ ରେକର୍ଡ ହେଉଥିଲେ ବି ବାବୁ ଜଣଙ୍କ ନିଲ୍ଲଜ ମୁହଁରେ କହୁଛନ୍ତି ଯେ, ଆମେ ୩୫୦ ଟଙ୍କା ନେଉଛୁ। ଆମର ଏହା ପକେଟ୍ ଖର୍ଚ୍ଚ। ଦେଖନ୍ତୁ ବାବୁ ଜଣଙ୍କ କଣ କହୁଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.