ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ବଢିପାରେ ପେଟ୍ରୋଲ-ଡିଜେଲ୍ ଦାମ, ଏହି ନିଷ୍ପତ୍ତି ପରେ ଚିନ୍ତାରେ ସବୁ ଦେଶ

5/10/2022 at 11:01 PM

ନୂଆଦିଲ୍ଲୀ: ତୈଳ ଉତ୍ପାଦନ ହ୍ରାସ କରିବାକୁ ବିଚାର ଚଳାଇଛି ତୈଳ ରପ୍ତାନକାରୀ ଦେଶର ସଂଗଠନ(ଓପେକ)। ପ୍ରତିଦିନ ଅଶୋଧିତ ତୈଳ ଉତ୍ପାଦନରେ ୨ ମିଲିୟନ(୨୦ ଲକ୍ଷ) ବ୍ୟାରେଲ୍ ହ୍ରାସ କରିବାକୁ ବିଚାର କରୁଛି ଏହି ସଂଗଠନ। ଯଦି ଏମିତି ହୁଏ ତେବେ ଭାରତ ସମେତ ଦୁନିଆର ଅନେକ ଦେଶରେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ଘଟିପାରେ।

ଓପେକ୍ ଦେଶର ଏପରି ବିଚାର ଭାରତ ପାଇଁ ବହୁତ ଗୁରୁତ୍ଵ ବହନ କରୁଛି। କାରଣ ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତୈଳ ଦେଶରୁ ଆମଦାନୀ କରିଥାଏ। ଏମିତିରେ ଓପେକ ଦେଶ ତେଲ ଉତ୍ପାଦନ କମ କଲେ ଏଥିରେ ଭାରତ ପ୍ରଭାବିତ ହୋଇପାର। ଆଉ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍ ଦର ବୃଦ୍ଧି ଘଟିପାରେ। ତେବେ ସଂପ୍ରତି ଭାରତ ଓପେକ ଦେଶଗୁଡିକରୁ କମ ତୈଳ ଆମଦାନୀ କରୁଛି। ଓପେକ ଦେଶ ଏହି ପଦକ୍ଷେପ ଉଠାଇବାକୁ ବିବଶ ଏଥିପାଇଁ  ହୋଇଛି କାରଣ ତେଲର ଚାହିଦା ଅପେକ୍ଷାକୃତ କମିଛି।

ବିଶେଷଜ୍ଞଙ୍କ ମତରେ ଅନେକ ଦେଶ ନିଜର କ୍ଷମତାଠୁ କମ ଇନ୍ଧନ ବ୍ୟବହାର କରୁଛନ୍ତି। ତେଣୁ ଓପେକ ଦେଶର ତୈଳ ଉତ୍ପାଦନ ହ୍ରାସ ନିଷ୍ପତ୍ତିର ବ୍ୟାପକ ପ୍ରଭାବ ଦେଶଗୁଡିକ ଉପରେ ପଡିବ ନାହିଁ। ତଥାପି ଓପେକ ତେଲ ଉତ୍ପାଦନ କମ କଲେ ଭାରତରେ ପେଟ୍ରୋଲ ଏବଂ ଡିଜେଲ୍ ଦର ବୃଦ୍ଧି ଘଟିପାରେ।

ଏହା ପୂର୍ବରୁ ଓପେକ୍ ପ୍ଲସ୍ ଗତ ମାସରେ ଉତ୍ପାଦନରେ ସାଙ୍କେତିକ ହ୍ରାସ କରିଥିଲା। ମହାମାରୀ ସମୟରେ ବି ଉତ୍ପାଦନରେ ବ୍ୟାପକ କମ କରାଯାଇଥିଲା। ଆଉ ଏବେ ଏହି ନିଷ୍ପତ୍ତି ବୈଶ୍ଵିକ ଆର୍ଥିକ ଏବଂ ଅଶୋଧିତ ତେଲର ଅନ୍ତର୍ଜାତୀୟ ବଜାରରେ ଅନିଶ୍ଚିତତାକୁ ଦେଖି ନିଆଯାଇଛି।

   Related Posts