Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମଙ୍ଗଳବାରରୁ ସୁପ୍ରିମକୋର୍ଟ ସାମ୍ୱିଧାନିକ ଖଣ୍ଡପୀଠ ଶୁଣାଣିର ସିଧାପ୍ରସାରଣ, ଦୀର୍ଘ ଦିନରୁ ହେଉଥିଲା ଦାବି

26/09/2022 at 11:10 PM

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ସାମ୍ୱିଧାନିକ ଖଣ୍ଡପୀଠର ଶୁଣାଣି ଆସନ୍ତାକାଲି ସେପ୍ଟେମ୍ୱର ୨୭ରୁ ଲାଇଭ ଷ୍ଟ୍ରିମିଂ ହେବ। କାଲିଠାରୁ ସାମ୍ୱାଧାନିକ ଖଣ୍ଡପୀଠର ସମସ୍ତ ଶୁଣାଣିର ସିଧାପ୍ରସାରଣ କରାଯିବ । ଏଥିପାଇଁ ଦୀର୍ଘ ଦିନରୁ ଦାବି କରାଯାଉଥିଲା । ସୂଚନା ଅନୁସାରେ, ପ୍ରାଥମିକ ପର୍ଯ୍ୟାୟରେ ଶୁଣାଣି ୟୁଟ୍ୟୁବ ମାଧ୍ୟମରେ ପ୍ରସାରଣ କରାଯିବ ।

ଖୁବଶୀଘ୍ର ସୁପ୍ରିମକୋର୍ଟ ଶୁଣାଣିର ସିଧା ପ୍ରସାରଣ କରିବା ପାଇଁ ନିଜର ସ୍ୱତନ୍ତ୍ର ପ୍ଲାଟଫର୍ମ ବିକଶତ କରିବେ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ସାମ୍ୱିଧାନିକ ଖଣ୍ଡପୀଠ ସମ୍ମୁଖରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାରଧୀନ ରହିଛି । ଏଥିରେ ଆର୍ଥିକ ରୂପେ ଦୁର୍ବଳ(ଏଡବ୍ଲୁଏସ) ପାଇଁ ୧୦ ପ୍ରତିଶତ ସରଂକ୍ଷଣର ସାମ୍ୱିଧାନିକ ବୈଧତା, ଭୋପାଳ ଗ୍ୟାସ ଟ୍ରାଜେଡୀରେ କ୍ଷତିପୂରଣ ରାଶି ପରି ପ୍ରସଙ୍ଗ ସାମିଲ ରହିଛି ।

ଏହା ପୂର୍ବରୁ ଅଗଷ୍ଟ ୨୬ରେ ନିଜର ବିଦାୟୀ ଭାଷଣରେ ପୂର୍ବତନ ସିଜେଆଇ ଏନଭି ରମଣା କହିଥିଲେ ଯେ, ବଡ଼ ସଂଖ୍ୟାରେ କୋର୍ଟରେ ବିଚାରଧୀନ ମାମଲା ବଡ଼ ଆହ୍ୱାନ । ପୂର୍ବତନ ସିଜେଆଇ କହିଥିଲେ, ଏହାର ସମାଧାନ ବାହାର କରିବା ପାଇଁ ଆଧୁନିକ ପ୍ରଣାଳୀ ଏବଂ ଆର୍ଟିଫିସିଆଲ ଉପକରଣର ବ୍ୟବହାର ଜରୁରୀ । ଆମେ ଏଥିପାଇଁ ଅନେକ ପଦ୍ଧତି ବିକଶିତ କରିବାକୁ ପ୍ରସାୟ କରିଛୁ, କିନ୍ତୁ ସୁରକ୍ଷା ଏବଂ ପ୍ରତିଯୋଗିତା ପରି କିଛି ପ୍ରସଙ୍ଗ କାରଣରୁ ଅଧିକ କିଛି କରିପାରିଲୁ ନାହିଁ।

   Related Posts