previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ସଚିନଙ୍କ ୧୦୦ ଶତକର ରେକର୍ଡକୁ କେବଳ ଏହି ଖେଳାଳି ହିଁ ଭାଙ୍ଗି ପାରିବ: ଇର୍ଫାନ ପଠାନ

24/08/2020 at 9:46 PM

ନୂଆଦିଲ୍ଲୀ ୨୪।୦୮: ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ କହିଛନ୍ତି ଭାରତର ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ନିଜର ସାମର୍ଥ୍ୟ ଓ ଫିଟନେସ୍‌ ଦମରେ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତରାଷ୍ଟ୍ରୀୟ ଶତକର ରେକର୍ଡ ଭାଙ୍ଗି ପାରନ୍ତି। ଇର୍ଫାନ ଷ୍ଟାର ସ୍ପୋର୍ଟ୍ସ ସୋରେ କହିଛନ୍ତି ସମସ୍ତେ ଏହା ଜାଣିଛନ୍ତି ଯେ, ସଚିନଙ୍କ ପରେ ଯଦି କିଏ ଏହି ରେକର୍ଡ କରିପାରନ୍ତି ସେ ହେଉଛନ୍ତି ବିରାଟ କୋହଲି।

ପୂର୍ବତନ ବାମହାତୀ ଖେଳାଳି କହିଛନ୍ତି କୋହଲି ବହୁତ କମ ସମୟରେ ବହୁତ କିଛି ହାସଲ କରିଛନ୍ତି। ମୋର ଆଶା ଯେ, ଯେଉଁ ଖେଳାଳି ୧୦୦ ଶତକ ରେକର୍ଡ ଭାଙ୍ଗି ପାରିବେ ସେ  ଭାରତୀୟ ଖେଳାଳି ହୋଇ ପାରିବେ। ବିରାଟଙ୍କ ପାଖରେ ସେହି ଦକ୍ଷତା ଓ ସାର୍ମଥ୍ୟ ରହିଛି, ଯିଏ ଏହି ରେକର୍ଡର ନିକଟତର ହୋଇପାରିବେ।

୩୧ ବର୍ଷୀୟ କୋହଲି ଏ ପର୍ଯ୍ୟନ୍ତ ୭୦ ଅନ୍ତରାଷ୍ଟ୍ରୀୟ ଶତକ ଅର୍ଜନ କରି ସାରିଛନ୍ତି। ସେ ୨୪୮ ଦିନିକିଆ ମ୍ୟାଚ୍‌ରୁ ୪୩ ଏବଂ ୮୬ ଟେଷ୍ଟ ମ୍ୟାଚ୍‌ରୁ ୨୩ ଶତକ ହାସଲ କରିଛନ୍ତି। ସଚିନ ଟେଷ୍ଟରେ ୫୧ ଓ ଦିନିକିଆରେ ୪୯ ଶତକ ହାସଲ କରିଛନ୍ତି।

ପଠାନ କହିଛନ୍ତି ମୋତେ ଲାଗୁଛି କୋହଲି ୧୦୦ ଶତକର ରେକର୍ଡରୁ ୩୦ ଶତକ ଦୂରରେ ଅଛନ୍ତି। ମାତ୍ର ସନ୍ନ୍ୟାସ ନେବା ପୂର୍ବରୁ କୋହଲି ଏହି ରେକର୍ଡ ହାସଲ କରି ନେବେ। ମୁଁ ଆଶା କରୁଛି ଯେ ଏହି ଲକ୍ଷ୍ୟ ତାଙ୍କ ମୁଣ୍ଡରେ ଥିବ। ଭାରତକୁକ ଚଳିତ ବର୍ଷ ଶେଷ ଆଡକୁ ଅଷ୍ଟ୍ରେଲିଆ ଗସ୍ତ କରିବାର ଅଛି। ଏହି ଗସ୍ତରେ କୋହଲିଙ୍କ ପ୍ରଦର୍ଶନ ଦଳ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି।

   Related Posts