ସୋନଭଦ୍ର ହତ୍ୟାକାଣ୍ଡ ପୀଡିତଙ୍କ ପରିବାରର ମାତ୍ର ୨ଜଣ ପ୍ରିୟଙ୍କାଙ୍କୁ ଭେଟିଲେ, ଭାବୁକ ହେଲେ ପ୍ରୟଙ୍କା

Published By : Prameya-News7 Bureau | July 20, 2019 IST

ସୋନଭଦ୍ର ୨୦|୭: ବହୁ ବାଦ ବିବାଦ ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ୟୁପି ସୋନଭଦ୍ର ହତ୍ୟାକାଣ୍ଡ ପୀଡିତଙ୍କ ପରିବାର । ମିର୍ଜାପୁର ଚୁନାର ଗେଷ୍ଟ ହାଉସରେ ପୀଡିତାଙ୍କ ପରିବାରର ମାତ୍ର ୨ ଜଣ ସଦସ୍ୟଙ୍କୁ ପ୍ରିୟଙ୍କାଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇଛି । ଯାହାକୁ ନେଇ ପ୍ରିୟଙ୍କା କ୍ଷୋଭ ପ୍ରକାଶ କରିବା ସହ ପୁଣି ଧାରଣା ଦେଇଥିଲେ । ସେପଟେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓବ୍ରାଏନ ଯାଉଥିବା ବେଳେ ତାଙ୍କୁ ବାରଣାସୀ ବିମାନବନ୍ଦରରେ ଅଟକ ରଖିଛି ୟୁପି ପୋଲିସ ।ଯାହାକୁ ନେଇ ଏବେ ରାଜନୀତି ଗରମ…   

{"id":135729}

ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ଉତ୍ତରପ୍ରଦେଶ ସୋନଭଦ୍ର ହତ୍ୟାକାଣ୍ଡ ପୀଡିତ ପରିବାର । ମିର୍ଜାପୁର ଚୁନାର ଗେଷ୍ଟ ହାଉସରେ ଅଟକ ଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କାଙ୍କୁ ଭେଟିଛନ୍ତି ପୀଡିତ ପରିବାରର ମାତ୍ର ୨ ଜଣ ସଦସ୍ୟ । ପୀଡିତ ପରିବାରର ଦୁଃଖ ଓ କାନ୍ଦ ଦେଖି ପ୍ରିୟଙ୍କା ବି ଭାବୁକ ହୋଇଛନ୍ତି । ଗତକାଲି ସୋନଭଦ୍ର ଯିବାବେଳେ ଅଧା ବାଟରୁ ପ୍ରିୟଙ୍କାଙ୍କୁ ଅଟକ ରଖିଥିଲା ପୋଲିସ । ପୀଡିତଙ୍କ ପରିବାରକୁ ଭେଟିବାକୁ ଦିଆ ନ ଯାଇନଥିଲା । ପ୍ରତିବାଦରେ ପ୍ରିୟଙ୍କା ଧାରଣା ଦେଇଥିଲେ ।

{"id":135730}

ସେଠାରୁ ପୋଲିସ ତାଙ୍କୁ ଉଠାଇ ମିର୍ଜାପୁର ଚୁନାର ଗେଷ୍ଟ ହାଉସରେ ଅଟକ ରଖିଥିଲା ପୋଲିସ । ସାରା ରାତି ବିନା ବିଜୁଳିରେ ଗେଷ୍ଟ ହାଉସରେ ରହିଥିଲେ ପ୍ରିୟଙ୍କା । ମୃତକଙ୍କ ପରିବାରକୁ ଭେଟିବା ପରେ ହିଁ ସେ ଫେରିବେ ବୋଲି ଜିଦରେ ଅଟଳ ଥିଲେ । ଫଳରେ ପ୍ରଶାସନ ପୀଡିତଙ୍କ ପରିବାର ସଦସ୍ୟଙ୍କୁ ଏଠାକୁ ଆଣିବାକୁ ବ୍ୟବସ୍ଥା କରିଥିଲା । ମୃତକଙ୍କ ପରିବାରକୁ କଂଗ୍ରେସ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବ ବୋଲି ଘୋଷଣା କରିଛନ୍ତି ପ୍ରିୟଙ୍କା ।  

{"id":135731}

ପୀଡ଼ିତ ପରିବାରଙ୍କୁ ଭେଟିବା ପରେ ପୁଣି ଥରେ ଧାରଣାରେ ବସିଥିଲେ ପ୍ରିୟଙ୍କା ଗାନ୍ଧୀ । ପୀଡ଼ିତ ପରିବାର ୧୫ ଜଣ ଲୋକ ପ୍ରିୟଙ୍କାଙ୍କୁ ସାକ୍ଷାତ କରିବାକୁ ଆସିଥିଲେ ହେଁ ମାତ୍ର ୨ ଜଣ ତାଙ୍କୁ ଭେଟିବାକୁ ଅନୁମତି ଦେଇଥିଲା ପ୍ରଶାସନ । ଅନ୍ୟମାନଙ୍କୁ ଗେଷ୍ଟ ହାଉସ ବାହାରେ ହିଁ ଅଟକାଇ ଦିଆଯାଇଥିଲା । ସେପଟେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓବ୍ରାଏନ ଓ ତାଙ୍କର ୨ ସହଯୋଗୀ ଯାଉଥିବା ବେଳେ ତାଙ୍କୁ ବାରଣାସୀ ବିମାନ ବନ୍ଦରରେ ଅଟକ ରଖିଛି ୟୁପି ପୋଲିସ । ପ୍ରତିବାଦ ସ୍ବରୂପ ଏୟାରପୋର୍ଟ ବାହାରେ ଧାରଣାରେ ବସିଛନ୍ତି ଟିଏମସି ସାଂସଦ ।

{"id":135732}

ସେପଟେ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖା ଯାଇଥିବାରୁ ଉତ୍ତରପ୍ରଦେଶ ଏନ୍‌ଏସ୍‌ୟୁଆଇ ପକ୍ଷରୁ ଦିଲ୍ଲୀ ୟୁପି ଭବନ ଆଗରେ ଧାରଣା ଦିଆଯାଇଛି । ଜମିବାଡି ବିବାଦକୁ ନେଇ ଗତ ୧୭ରେ ସୋନଭଦ୍ରରେ ୧୦ ଜଣଙ୍କୁ  ହତ୍ୟା କରାଯିବା ପରେ ସାରା ସୋନଭଦ୍ର ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି ।ଯାହାକୁ ନେଇ ୟୁପି ରାଜନୀତି ଏବେ ସରଗରମ ।

{"id":135733}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.