ଆସିଲା ଆଉ ଏକ ଖୁସି ଖବର, ଏବେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କଟିବ ଏତିକି ଟ୍ୟାକ୍ସ

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଲୀ ୬।୧: ଦେଶର ବଜେଟ୍ ଆସିବାକୁ ଆଉ ମାତ୍ର କିଛି ସମୟ ବାକି । ତେବେ ମୋଦି ସରକାର ଏଥର ବଜେଟ୍‌ରେ ଟ୍ୟାକ୍ସକୁ ନେଇ ବଡ଼ ପରିବର୍ତ୍ତନର ଯୋଜନା କରିଛନ୍ତି। ଏଣୁ ଆଗାମୀ ବଜେଟ୍‌ରେ ଅର୍ଥମନ୍ତ୍ରୀ ନୂଆ ଟ୍ୟାକ୍ସ ସ୍ଲାବ ସଂଯୁକ୍ତ କରିପାରନ୍ତି, ଯେଉଁଥିରେ ୫ରୁ ୧୦ ଲକ୍ଷ ଟଙ୍କା ଆୟକାରୀ ବର୍ଗଙ୍କୁ ଆଶ୍ୱସ୍ତ  ହୋଇପାରନ୍ତି। ଏମାନଙ୍କ ଆୟକରରେ ହ୍ରାସ ହୋଇପାରେ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ମଧ୍ୟମ ଆୟକାରୀ ବର୍ଗଙ୍କୁ ବଡ଼ ଉପହାର ଦେବାକୁ ଯୋଜନା କରିଛନ୍ତି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ବାର୍ଷିକ ୧୦ଲକ୍ଷ ଟଙ୍କା ଆୟକାରୀ ବର୍ଗଙ୍କୁ ଶୁଳ୍କରେ ବଡ଼ ରିହାତି ମିଳିପାରେ। ଅର୍ଥାତ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକରୁଥିବା ଲୋକଙ୍କୁ କମ୍ ଶୁଳ୍କ ଦେବାକୁ ପଡିବ। ଅର୍ଥମନ୍ତ୍ରାଳୟ ସୂତ୍ରଙ୍କ ସୂଚନା ଅନୁସାରେ ଏଥରକ ବଜେଟ୍‌ରେ ସରକାର ୫ରୁ ୧୦ ଲକ୍ଷଟଙ୍କା ଆୟକାରୀ ବର୍ଗଙ୍କ ଶୁଳ୍କ ସ୍ଲାବରେ ବଡ ପରିବର୍ତ୍ତନ ହୋଇପାରେ।

{"id":729762,"width":840,"height":473,"sizeSlug":"full","linkDestination":"none"}

ବର୍ତ୍ତମାନ ମଧ୍ୟମ ଆୟକାରୀ ବର୍ଗଙ୍କୁ ୨୦ ପ୍ରତିଶତ ଶୁଳ୍କ ଦେବାକୁ ପଡୁଛି। ଚଳିତ ବର୍ଷ ବଜେଟ୍‌ରେ ଏହି ଟ୍ୟାକ୍ସ ସ୍ଲାବ ଲାଗି କର ହ୍ରାସ ଘୋଷଣା ହୋଇପାରେ। ସେହିପରି ବାର୍ଷିକ ୧୦ରୁ ୧୫ ଲକ୍ଷ ଇନକମ ବ୍ରାକେଟ ଲୋକଙ୍କ ଲାଗି ଟ୍ୟାକ୍ସ ହ୍ରାସ କରି ୨୫ ପ୍ରତିଶତ କରାଯାଇପାରେ। ତେବେ ଏହାର ଉପର ଆୟକାରୀ ବର୍ଗଙ୍କ ନିମନ୍ତେ ଶୁଳ୍କରେ ସେପରି ରିହାତିର କୌଣସି ସୂଚନା ନାହିଁ। ଉଲ୍ଲେଖଯୋଗ୍ଯ ଯେ ବର୍ତ୍ତମାନର ଶୁଳ୍କ ହାରରେ ୫ଟି ଟ୍ୟାକ୍ସ ସ୍ଲାବ ରହିଛି। ଏଥିରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ସମ୍ପୂର୍ଣ୍ଣ ଶୁଳ୍କ ମୁକ୍ତ ରହିଛି।

ସେହିପରି ୨.୫ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ୫ ପ୍ରତିଶତ ଶୁଳ୍କ ଲାଗୁ ହେଉଥିବା ବେଳେ ୫ରୁ ୧୦ଲକ୍ଷ ପର୍ଯ୍ୟନ୍ତ ଆୟକାରୀ ବର୍ଗଙ୍କ ଲାଗି ୨୦ ପ୍ରତିଶତ ଶୁଳ୍କ ଲାଗୁ ହେଉଛି। ସେହିପରି ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀ ବର୍ଗଙ୍କ ଉପରେ ୩୦ ପ୍ରତିଶତ ଶୁଳ୍କ ଲାଗୁ ହେଉଥିବା ବେଳେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଆୟକାରୀ ବର୍ଗଙ୍କ ଲାଗି ମଧ୍ୟ ୩୦ ପ୍ରତିଶତ ଶୁଳ୍କ ଲାଗୁ ହେଉଛି। ତେବେ ଆଗାମୀ ବଜେଟ୍‌ରେ ସରକାର ଏହି ସ୍ଲାବରେ ଆଉ ଏକ ନୂଆ ଶୁଳ୍କ ସ୍ଲାବ ଲାଗୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.