ଅବ୍ୟବସ୍ଥା ଘେରରେ କଟକ ସହରରେ ଥିବା ଏକ ମାତ୍ର ତେଲୁଗୁ ସ୍କୁଲ

Published By : Prameya-News7 Bureau | August 17, 2018 IST

କଟକ ୧୭/୮ : କଟକ ସହରରେ ଥିବା ଏକ ମାତ୍ର ତେଲୁଗୁ ସ୍କୁଲରେ ଲାଗି ରହିଛି ନାହିଁ ନଥିବା ସମସ୍ୟା | ଉପଯୁକ୍ତ ଶ୍ରେଣୀ ଗୃହର ଅଭାବ ହେତୁ, ଛାତ୍ର ଛାତ୍ରୀ ମାନେ ବାରଣ୍ତାରେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି | ଯେତିକି ଶ୍ରେଣୀ ଗୃହ ରହିଛି ତାର ଅବସ୍ଥା ଶୋଚନୀୟ, ସାମାନ୍ୟ ବର୍ଷା ହେଲେ ଛାତରୁ ପାଣିଗଳୁଛି.ତେଣୁ ବର୍ଷା ନଛାଡିବା ଯାଏଁ ସ୍କୁଲକୁ ଛୁଟି କରିବାଲାଗି ବାଧ୍ୟ ହେଉଛି ପରିଚାଳନା କମିଟି | ସ୍କୁଲ ପରିସରରେ ଯଦିଓ ଶୌଚାଳୟ ଟିଏ ଅଛି , ତାହା ଥାଇବି ନଥିଲା ଭଳି ଏବଂ ଗୁରୁତର ସମସ୍ୟା ହେଲା ଏଭଳି ଏକ ବିଦ୍ୟାଳୟରେ କେହିବି ଜଣେ ସ୍ଥାୟୀ ଶିକ୍ଷକ ନାହାଁନ୍ତି |ତେଣୁ ଏପରି ସ୍ଥିତିରେ କଟକ ସହରର ଏକମାତ୍ର ତେଲୁଗୁ ପ୍ରାଥମିକ ବିଦ୍ୟାଳୟଯେ, ତାର ଭବିଷ୍ୟତକୁ ବଞ୍ଚାଇ ରଖିପାରିବ, ସେ ନେଇ ସନ୍ଦେହ ସୃଷ୍ଟି ହେଉଛି | କଟକ ସହରରେ ଯଦି କେହି ଏପରି ଦୃଶ୍ୟ ଦେଖିବ, ତାହାଲେ ତା ମନରେ ଏଧାରଣା ସୃଷ୍ଟି ହେବାଟା ନିଶ୍ଚିତଯେ, ସମ୍ଭବତଃ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥା ଦେଇ ଗତି କରୁଛି | କିନ୍ତୁ ଏହା କୌଣଷି ସରକାରୀ ସ୍କୁଲ କିମ୍ବା ଓଡିଆ ମାଧ୍ୟମିକ ବିଦ୍ୟାଳୟ ନୁହେଁ ବରଂ ପ୍ରାଚୀନତମ ସହର କଟକରେ ଥିବା ଏକମାତ୍ର ତେଲୁଗୁ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦିନେ କେବେ ଏହି ସ୍କୁଲରେ ପାଠପଢୁଥିଲା ପାଖାପାଖି ୮ ଶହ ଛାତ୍ରଛାତ୍ରୀ କିନ୍ତୁ ସରକାରୀ କଳର ଉଦାସିନତା କାରଣରୁ, ବର୍ତ୍ତମାନ ଉପସ୍ଥାନର ସଂଖ୍ୟା ୨ ଶହ ତଳେ ରହୁଛି କାହିଁକି ଏଭଳି ଦୁରାବସ୍ଥା, ସେବାବଦରେ ଶୁଣନ୍ତୁ କଣ କହୁଛନ୍ତି ଏହି ବିଦ୍ୟାଳୟର ଛାତ୍ର ଏବଂ ଅଭିଭାବକ | ୯୦ ଦଶକ ବେଳକୁ କଟକ ସହରରେ ଥିଲା ୩ ଟି ତୁଲୁଗୁ ପ୍ରାଥମିକ ବିଦ୍ୟାଳୟ କିନ୍ତୁ ୨ ଟି ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ପଟ୍ଟାପୋଲ ଠାରେ ଥିବା ଏହି ଏକମାତ୍ର ତେଲୁଗୁ ସ୍କୁଲ ଅନେକ ଲୋକଙ୍କର ଆଶା ଓ ଭରଷାର ମାଧ୍ୟମ ସାଜିଛି | ହେଲେ ଦୀର୍ଘ ୧୫ ବର୍ଷ ହେଲା ଏଠାରେ କେହି ସ୍ଥାୟୀ ଶିକ୍ଷକ ନାହାଁନ୍ତି | ତେଲୁଗୁ ସମ୍ପ୍ରଦାୟର ଲୋକମାନେ ସଂଘବଦ୍ଧ ଭାବେ ଯେତିକି ଅର୍ଥ ୟୋଗାଡ କରିପାରୁଛନ୍ତି, ସେତିକିରେ ଚାଲିଛି ସ୍କୁଲ | ଏହା ଭିତରେ ସ୍କୁଲ ଛାତ ଦୁର୍ବଳ ହୋଇ ସାରିଲାଣି | ଛାତରୁ ପାଣି ଗଳୁଥିବା ହେତୁ ବର୍ଷା ହେଲେ ସ୍କୁଲକୁ ଛୁଟି କରିଦିଆଯାଉଛି ଏବଂ ଶୌଚାଳୟ ସମ୍ପୁର୍ଣ୍ଣ ନଷ୍ଟ ହୋଇସାରିଥିବା କାରଣରୁ ପିଲାମାନେ ଶୌଚହେବା ଲାଗି ମଧ୍ୟ ସୁବିଧା ଟିକିଏ ପାଇପାରୁନାହାଁନ୍ତି | ତେବେ ଏହି ସ୍କୁଲକୁ ସରକାରୀ ଅନୁଦାନ ଆସୁନଥିବା କାରଣରୁ ଶିକ୍ଷା ବିଭାଗର କୌଣଷି ଅଧିକାରୀ ସ୍କୁଲର ସମସ୍ୟାକୁ ନେଇ ପ୍ରତିକ୍ରିୟା ଦେବାକୁ ରାଜି ହେଲେ ନାହିଁ | ଏପରିକି ସ୍ଥାନୀୟ ଲୋକ ପ୍ରତିନିଧୀ ମଧ୍ୟ ଆମ ପ୍ରଶ୍ନର ଉତ୍ତର ରଖିବାଟା ଉଚିତ ମନେ କରିନାହାଁନ୍ତି | ତେଣୁ ବୁଜା ପଡୁନାହିଁ, କଟକ ସହରର ଏକମାତ୍ର ତୁଲୁଗୁ ପ୍ରାଥମିକ ବିଦ୍ୟାଳୟର ଦାୟିତ୍ବ କିଏ ବହନ କରିବ | ନହେଲେ ଏତିକିହିଁ କୁହାଯାଇପାରେଯେ, ଶିକ୍ଷା ଅଧିକାର ଆଇନ୍ ବୋଧହୁଏ କେବଳ ଏକ ଶ୍ଲୋଗାନ ମଧ୍ୟ ସିମୀତ ହୋଇ ରହିଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.