ଶ୍ରୀନଗର: ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ବିୟୋଗରେ ଦୁଇ ଭାରତୀୟ ନେତା ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି। ଶୋକ ବାର୍ତ୍ତାରେ ଦୁଇ ନେତା ଯାହା ଲେଖିଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଦୁଇ ନେତାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଜାମ୍ମୁ-କାଶ୍ମୀର ପିଡିପି ନେତ୍ରୀ ମେହେବୁବା ମୁଫ୍ତୀ। ସେ ଟ୍ୱିଟ୍ କରି ଶୋକ ପ୍ରକାଶ କରିବା ସହ ମୁଶାରଫ ହିଁ କାଶ୍ମୀର ସମସ୍ୟା କଥା ଉଠାଉଥିଲେ ବୋଲି ମେହେବୁବା କହିଛନ୍ତି।
{"id":741982,"width":835,"height":420,"sizeSlug":"full","linkDestination":"none"}ସେ ଟ୍ୱିଟ୍ କରି କହିଛନ୍ତି " ଗଭୀର ଶୋକ। ବୋଧହୁଏ ସେ ଜଣେ ମାତ୍ର ପାକିସ୍ତାନୀ ଜେନେରାଲ୍ ଥିଲେ ଯେ କାଶ୍ମୀର ସମସ୍ୟାକୁ ଉଠାଉଥିଲେ। ସେ ଉଭୟ ଭାରତ-ପାକିସ୍ତାନ ଓ ଜାମ୍ମୁ-କାଶ୍ମୀର ହିତରେ ଥିବା ଏକ ସମାଧାନ ଚାହୁଁଥିଲେ। ତାଙ୍କ ଦ୍ୱାରା ଓ ବାଜପେୟୀଙ୍କ ଦ୍ୱାରା ହୋଇଥିବା ପ୍ରୟାଶକୁ ଭାରତ ସରକାର ଓଲଟାଇ ଦେଲେ। ଫଳରେ ଆଜିବ ଅସ୍ତ୍ରବିରତୀ ଉଲ୍ଲଂଘନ ହେଉଛି।"
ସୂଚନା ଥାଉକି ରବିବାର ସକାଳେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପିତ ଜେନେରାଲ ପରଭେଜ ମୁଶାରଫଙ୍କର ବିୟୋଗ ହୋଇଛି। ଦୁବାଇର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୭୯ ବର୍ଷୀୟ ମୁଶାରଫ।
{"id":741983,"width":839,"height":391,"sizeSlug":"full","linkDestination":"none"}ତାଙ୍କ ବିୟୋଗରେ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସେ ମଧ୍ୟ ଟ୍ୱିଟ୍ କରିଛନ୍ତି। ଶାନ୍ତି ପ୍ରତିଷ୍ଠା ପାଇଁ ମୁଶାରଫଙ୍କୁ ଚେଷ୍ଟା କରୁଥିଲେ ବୋଲି ଶଶି ଥରୁର କହିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି "ଦିନେ ଭାରତର ପରମ ଶତ୍ରୁ ଥିଲେ। ହେଲେ ୨୦୦୨-୨୦୦୭ ଭିତରେ ଶାନ୍ତି ପାଇଁ ଚେଷ୍ଟା କରିଥିଲେ। ସେହିଦିନଗୁଡିକରେ ମୁଁ ତାଙ୍କୁ ଜାତିସଂଘରେ ଭେଟିଛି। ସେ ସ୍ମାର୍ଟ ଭାବରେ ନିଜ କଥା ରଖୁଥିଲେ ଓ ତାଙ୍କର ରଣନୀତି ଖୁବ୍ ସ୍ପଷ୍ଟ ଥିଲା। ତାଙ୍କର ଆତ୍ମାର ସଦଗତି ହେଉ।"