ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଏକମାତ୍ର ଓଡିଆ ଭାବେ ବେଜିଂ ବିଶ୍ବ ଯେ।ଗ ଚାମ୍ପିୟନସିପରେ ଯୋଗ୍ୟତା ଅର୍ଜନ କରିଛନ୍ତି ସ୍ମାରକ

Published By : Prameya-News7 Bureau | October 14, 2018 IST

କଟକ;୧୪/୧୦- ଦିନେ ଅସୁସ୍ଥତା ଯେ।ଗୁଁ ଯେ।ଗ ଶିବରକୁ ଆସିଥିଲେ ସ୍ମାରକ । ଆଉ ଆଜି ଏହି ଯେ।ଗ ମାଧ୍ୟମରେ ହିଁ ବେଜିଂ ବିଶ୍ବ ଯେ।ଗ ଚାମ୍ପିୟନସିପରେ ସ୍ଥାନ ହାସଲ କରିଛନ୍ତି । ମୁମ୍ବାଇରେ ଜାତୀୟ ଯୋଗ ଚାମ୍ପିଅନସିପ୍ ରେ ରନର୍ସଅପ୍ ହେବା ପରେ ବେଜିଂ ବିଶ୍ୱ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର । ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଏକମାତ୍ର ଓଡିଆ ଭାବେ ସେ ଯୋଗ୍ୟତା ଅର୍ଜନ କରିଛନ୍ତି । ଏବେ ବେଜିଂ ଅଭିଯାନ ପାଇଁ ବାରବାଟୀ ଯୋଗ ଆସୋସିଏସନ୍ ରେ ଜୋରଦାର ଅଭ୍ୟାସ କରୁଛନ୍ତି ସ୍ମାରକ । ପିଲା ଦିନୁ ସ୍ମାରକ ଖୁବ୍ ପତଳା ଥିଲେ । ଯୋଗ ମାଧ୍ୟମରେ ସୁସ୍ଥ ରହିବା ପାଇଁ ତାଙ୍କୁ ଯୋଗ ଶିବିରକୁ ଅଣାଯାଇଥିଲା । ତା ପରଠୁ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ସ୍ମାରକ । ଅନେକ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବା ପରେ ଏବେ ଲକ୍ଷ୍ୟ ବେଜିଂ ବିଶ୍ୱ ଚାମ୍ପିଅନସିପ୍ । ଆସନ୍ତା ଡିସେମ୍ବର ୧ ଓ ୨ ତାରିଖରେ ବେଜିଂରେ ଆୟୋଜିତ ହେବ ବିଶ୍ୱ ଯୋଗ ଚାମ୍ପିଅନସିପ୍ । ଭାରତ ସହ ଏହି ଚାମ୍ପିଅନସିପ୍ ରେ ଅଂଶଗ୍ରହଣ କରୁଛନ୍ତି ୬୫ ଟି ଦେଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.