କେବଳ ଗୋଟିଏ ଭୁଲ୍ ପାଇଁ ପୂରା କ୍ୟାରିୟର ବରବାଦ ହୋଇଯାଇଥିଲା ଏହି ପ୍ରସିଦ୍ଧ ଗାୟକଙ୍କର :ଜାଣନ୍ତୁ କିଏ?

Published By : Prameya-News7 Bureau | July 30, 2019 IST

ମୁମ୍ବାଇ ୩୦/୭: ଏଥିରେ କୈାଣସି ସନ୍ଦେହ ନାହିଁ ଯେ ଦିନ ଥିଲା ଯେତେବେଳେ ହିମେଶ ରେଶମିୟାଁଙ୍କ ଗୀତର ଯାଦୁ ସମସ୍ତଙ୍କୁ ମତୁଆଲା କରିଥିଲା। ଅଧିକାଂଶ ଫିଲ୍ମରେ ପ୍ରାୟତଃ ହିମେଶ ରେଶମିୟାଁଙ୍କ ଗୀତ ରହୁଥିଲା କିନ୍ତୁ ହଠାତ୍ ହିମେଶଙ୍କ ଗୀତ ଆସିବା ବନ୍ଦ ହୋଇଯାଇଥିଲା। ସେହି ସମୟରେ ଫିଲ୍ମରେ ତାଙ୍କ ନିର୍ଦେଶିତ ଗୀତ ରହିଲେ ଫିଲ୍ମ ହିଟ୍ ହେବା ଗ୍ୟାରେଣ୍ଟି ଥିଲା ଫିଲ୍ମ ‘ତେରେ ନାମ’,‘ନମସ୍ତେ ଲଣ୍ଡନ’,‘ଆପକା ସୁରୁର’ ଏବଂ ‘ଅକ୍ସର’ ଭଳି ଫିଲ୍ମରେ ସେ ସଙ୍ଗୀତ ନିଦ୍ଦେଶନା ଦେଇଥିଲେ। ଏବେ ସେ ଯେପରି କୁଆଡ଼େ ହଜି ଯାଇଛନ୍ତି। ଆପଣ ଜାଣିଛନ୍ତି କି ଏପରି କାହିଁକି ହେଲା।

{"id":138921}

ଆପଣଙ୍କ ମନେ ଥିବ ଯେ ହିମେଶ ରେଶମିୟାଁଙ୍କ ପରିଚୟ ଟୋପି ଦ୍ବାରା ହେଉଥିଲା। ସେ ସବୁବେଳେ ଟୋପି ପିନ୍ଧୁଥିଲେ। ଟୋପି ତାଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲା। ସେ ଯେତେବେଳେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ସେତେବେଳେ ସେ ସବୁବେଳେ ଟୋପି ପିନ୍ଧୁଥିଲେ। କିନ୍ତୁ ହିମେଶ ତା’ପରେ ଏକ ବଡ଼ ଭୁଲ୍ କରିଦେଇଥିଲେ।

{"id":138922}

ସେ ଫିଲ୍ମ ନିର୍ମାତାଙ୍କ ନିକଟରେ ସର୍ତ୍ତ ରଖିଥିଲେ ଯେ ସେ ସେହି ଫିଲ୍ମରେ ସଙ୍ଗୀତ ଦେବେ ଯେଉଁ ଫିଲ୍ମରେ ସେ ଅଭିନେତା ହେବେ। ତା’ପରଠୁ ତାଙ୍କୁ କାମ ମିଳିବା କମିଯାଇଥିଲା ଏବଂ ଦେଖୁ ଦେଖୁ ତାଙ୍କୁ ଆଉ କାମ ମିଳି ନଥିଲା। ତାଙ୍କ କ୍ୟାରିୟର ଧୀରେ ଧୀରେ ବିଫଳତା ଦିଗକୁ ଅଗ୍ରସର ହୋଇଥିଲା।

{"id":138923}

ତାଙ୍କ କ୍ୟାରିୟର ଫ୍ଲପ୍ ହୋଇଯିବାପରେ ସେ ରିୟଲିଟି ଶୋ ଆଡ଼କୁ ମୁହାଁଇଥିଲେ। ସେ ରିୟଲିଟି ଶୋ ରେ ଜଜ୍ ହୋଇ ନିଜ ସାଥୀଙ୍କ ସହ ଝଗଡ଼ା କରୁଥିଲେ। ଏହି ପରି ଭାବରେ ହିମେଶ ରେଶମିୟାଁଙ୍କ ଯାଦୁ ଫିକା ପଡ଼ିଯାଇଥିଲା।

{"id":138925}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.