IPL 2022: ୧୪ଟି ସିଜିନରେ କେକେଆର ଖାତାରେ ମାତ୍ର ଗୋଟିଏ ଶତକ, ଜାଣନ୍ତୁ କେଉଁ ଦଳ ନାମରେ ରହିଛି ଅଧିକ ଶତକ

Published By : Prameya-News7 Bureau | March 20, 2022 IST

ନୂଆଦିଲ୍ଲୀ ୨୦।୦୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ରୋମାଞ୍ଚ ଆରମ୍ଭ ହେବାକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି। ଆଇପିଏଲ ଇତିହାସରେ ଏମିତି ଅନେକ ଶତକ ରହିଛି, ଯାହା ଦର୍ଶକଙ୍କ ହୃଦୟ ଜିତି ନେଇଛି। ୨୦୦୮ରୁ ୨୦୨୧ ପର୍ଯ୍ୟନ୍ତ ପ୍ରତିଟି ସିଜିନରେ ଅନେକ ଶତକ ଦେଖିବାକୁ ମିଳିଛି। ତେବେ ଆଇପିଏଲରେ କେଉଁ ଦଳ ଅଧିକ ଶତକ ହାସଲ କରିଛି ଏବଂ କେଉଁ ଦଳ କମ ଶତକ ମାରିଛି, ଆସନ୍ତୁ ଜାଣିବା...

ଆଇପିଏଲ ଇତିହାସରେ ବ୍ୟାଟରମାନେ ଏ ପର୍ଯ୍ୟନ୍ତ ୬୦ରୁ ଅଧିକ ଶତକ ହାସଲ କରି ସାରିଛନ୍ତି। ଏଥିରୁ ଅଧିକ ଶତକ ଅର୍ଜନ କରିବା ମାମଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଗରେ ରହିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ନିମ୍ନରେ ରହିଛି।

ଆଇପିଏଲ ଇତିହାସରେ କେଉଁ ଦଳ ମାରିଛି ଅଧିକ ଶତକ

ରୟାଲ ଚ୍ୟାଲେଞ୍ଜର୍ସ- ୧୪

ପଞ୍ଜାବ କିଙ୍ଗ୍ସ- ୧୩

ଦିଲ୍ଲୀ କ୍ୟାପିଟାଲ୍ସ- ୧୦

ଚେନ୍ନାଇ ସୁପର କିଙ୍ଗ୍ସ- ୯

ରାଜସ୍ଥାନ ରୟାଲ୍ସ- ୯

ମୁମ୍ବାଇ ଇଣ୍ଡିଆନ୍ସ- ୪

ସନରାଇଜର୍ସ ହାଇଦ୍ରାବାଦ- ୩

ସନରାଇଜର୍ସ ହାଇଦ୍ରାବାଦ- ୨

ରାଇଜିଂ ପୁଣେ ସୁପର ଜାୟଣ୍ଟସ- ୨

କୋଲକାତା ନାଇଟ୍ ରାଇଡର୍ସ- ୧

ସବୁଠୁ ଖାସ୍ କଥା ଏହା ଯେ, କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଆଇପିଏଲରେ ସର୍ବପ୍ରଥମେ ଶତକ ହାସଲ କରିଥିଲା। ଏହି ଶତକ ଆଇପିଏଲ ଇତିହାସର ସର୍ବପ୍ରଥମ ମ୍ୟାଚ୍‌ରେ ଆସିଥିଲା। ୨୦୦୮ରେ ବ୍ରେଣ୍ଡନ ମ୍ୟାକୁଲମ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ଶତକ ଅର୍ଜନ କରିଥିଲେ। ମ୍ୟାକୁଲମ ୭୩ ବଲ୍‌ରୁ ୧୫୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

ଆଇପିଏଲ ଇତିହାସରେ ସର୍ବାଧିକ ଶତକ ମାରିବାର ରେକର୍ଡ କ୍ରିସଗେଲଙ୍କ ନାମରେ ରହିଛି। ସେ ଆଇପିଏଲ କ୍ୟାରିୟରରେ ୬ ଶତକ ହାସଲ କରିଥିବା ବେଳେ ବିରାଟ କୋହଲିଙ୍କ ନାମରେ ୫ ଶତକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.