ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କେବଳ ମୁସଲମାନ ହିଁ କଂଗ୍ରେସକୁ ରକ୍ଷା କରିପାରିବେ: କଂଗ୍ରେସ ପ୍ରାର୍ଥୀଙ୍କ ଏଭଳି ବୟାନ ପରେ ତୁଷ୍ଟିକରଣ ଅଭିଯୋଗ ଆଣିଲା ବିଜେପି

20/11/2022 at 10:10 AM

ଗାନ୍ଧୀନଗର: କେବଳ ମୁସଲମାନ ହିଁ କଂଗ୍ରେସକୁ ରକ୍ଷା କରିପାରିବେ। ଗୁଜୁରାଟ ସିଦ୍ଧପୁର କଂଗ୍ରେସ ପାର୍ଥୀ ଚନ୍ଦନ ଠାକୋର ଏପରି କହିଛନ୍ତି। ଯାହାକୁ ନେଇ ପୁଣିଥରେ କଂଗ୍ରେସ ଉପରେ ମୁସଲମାନ ତୋଷଣ ନୀତି ଅଭିଯୋଗ ଆଣିଛି ବିଜେପି।

କଂଗ୍ରେସ ମୁସ୍ଲିମ ତୋଷଣ ନୀତି କରୁଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ଜାତୀୟ ପ୍ରବକ୍ତା ଶେହେଜାଦ ପୁନାୱାଲ୍ଲା। ଏନେଇ ସେ ଟ୍ୱିଟ୍ କରି କହିଛନ୍ତି ” ଖୁଲମଖୁଲା ମୁସ୍ଲିମ ତୋଷଣ ନୀତି! ଏହା ଏକ ସଂଯୋଗ ନୁହେଁ। ପ୍ରଥମେ କେତେକ କଂଗ୍ରେସ ନେତା ହିନ୍ଦୁ ଆସ୍ଥାକୁ ଦଳିଚକଟି ଦେଲେ ଆଉ ଏବେ ତୁଷ୍ଟିକରଣର ଭାଇଜାନ ହେବାକୁ ପ୍ରତିଯୋଗିତା ଚାଲିଛି। ଗୋପାଳ ଇଟାଲିଆ ଓ ରାଜେନ୍ଦ୍ରଙ୍କ ପାଲଙ୍କ ସହିତ ପ୍ରତିଯୋଗିତା ଭୟ ଘାରୁଛି ବୋଲି ଏପରି କରାଯାଉଛି।” ଏନେଇ ସେ ଇଣ୍ଡିଆନ୍ ନ୍ୟାସ୍‌ନାଲ କଂଗ୍ରେସର ଫୁଲ ଫର୍ମ ବି କଟାକ୍ଷା କରି ଲେଖିଛନ୍ତି। INCର ଫୁଲ ଫର୍ମ ସେ ଲେଖିଛନ୍ତି- ଆଇ ନୀଡ୍ କମୁନାଲିଜିମ୍। ହ୍ୟାସ୍ ଟ୍ୟାଗ୍ ଦେଇ ଲେଖିଛନ୍ତି #ଚୁନାବୀହିନ୍ଦୁ ।

କଂଗ୍ରେସକୁ ଟାର୍ଗେଟ୍ କରି ପୁନାୱାଲା କହିଛନ୍ତି ଯେ ପୂର୍ବରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ ଯେ ଭାରତରେ ଥିବା ସବୁ ସମ୍ପଦ ଉପରେ ପ୍ରଥମେ ମୁସଲମାନଙ୍କର ଅଧିକାର ରହିଛି। ମନମୋହନଙ୍କ ପରେ ଆଉ ଜଣେ କଂଗ୍ରେସ ନେତାଙ୍କ ମୁହଁରୁ ଏଭଳି ବୟାନ ଆସିଛି ବୋଲି ପୁନାୱାଲା କହିଛନ୍ତି।

ଏହାପରେ ସେ ଟ୍ୱିଟ୍ କରି ଲେଖିଛନ୍ତି ” ଜାରକିହୋଲି ଓ ଅନ୍ୟ କଂଗ୍ରେସ ନେତାଙ୍କ ଦ୍ୱାରା ହିନ୍ଦୁ ଆସ୍ଥା ଉପରେ ଆକ୍ରମଣ କରିବା ପରେ କଂଗ୍ରେସ ପ୍ରାର୍ଥୀ ସିଦ୍ଧପୁର ପ୍ରାର୍ଥୀ ଚନ୍ଦନଜୀ ଠାକୋର କହୁଛନ୍ତି ‘କେବଳ ମୁସଲମାନ ଚାହିଁଲେ କଂଗ୍ରେସକୁ ରକ୍ଷା କରିପାରିବେ। ବିଜେପି ସରକାର ତୁମର ଟ୍ରିପଲ ତଲାକ ଓ ହଜ ସବ୍‌ସିଡି ବନ୍ଦ କରିଦେଲା’ ପ୍ରଧାନମନ୍ତ୍ରୀ ଏମ୍‌ଏମ୍‌ଏସ୍ କହିଥିଲେ ଯେ ସମ୍ପଦ ଉପରେ ପ୍ରଥମ ଅଧିକାର ମୁସ୍ଲିମଙ୍କର। ତାଙ୍କ ପରେ ଏଭଳି ବୟାନ ଆସିଛି।”

ଡିସେମ୍ବର ୧ ତାରିଖରେ ଗୁଜୁରାଟ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ସୁବ ଦଳ ନିର୍ବାଚନ ପ୍ରଚାର ଜୋର୍‌ଦାର କରିଦେଇଛନ୍ତି। ଶନିବାର ରାଲି ବେଳେ ଗୁଜୁରାଟ ସିଦ୍ଧପୁର କଂଗ୍ରେସ ପ୍ରାର୍ଥୀ ଚନ୍ଦନ ଠାକୋର କହିଛନ୍ତି ” ସେମାନେ ପୂରା ଦେଶକୁ ଖାଇକୁ ଠେଲି ଦେଇଛନ୍ତି। ଏହି ସମୟରେ ଯଦି କେହି ଦେଶକୁ ରକ୍ଷା କରିପାରିବେ ତେବେ ସେ ହେଲେ ମୁସଲମାନ ସମ୍ପ୍ରଦାୟ। ଏବଂ ଯଦି କେହି କଂଗ୍ରେସ ଦଳକୁ ଉଦ୍ଧାର କରିପାରିବ ତେବେ ସେ ହେଲେ ମୁସ୍ଲିମ ସମ୍ପ୍ରଦାୟ।” ଅନ୍ୟ କୌଣସି ଦଳ ମୁସ୍ଲିମ ହିତରେ ନାହି କେବଳ କଂଗ୍ରେସ ହିଁ ଅଛି ବୋଲି ଚିନ୍ଦନ କହିବାକୁ ଚାହିଁଛନ୍ତି।

ମୁସଲମାନଙ୍କର ବିଭିନ୍ନ ବିଷୟକୁ ନେଇ ବିଜେପିକୁ ଟାର୍ଗେଟ କରି ଚନ୍ଦନ କହିଛନ୍ତି ” ବିଭିନ୍ନ ଦିଗରୁ ବିଜେପି ଆପଣମାନଙ୍କ ପାଇଁ ବାଧା ସୃଷ୍ଟି କରିଛି। ତିନି ତଲାକ କ୍ଷେତ୍ରରେ ସେମାନେ ସୁପ୍ରିମକୋର୍ଟ ଗଲେ ଏବଂ ଏକ ଆଇନ ନେଇ ଆସିଲେ। ସେହିପରି ହଜ ଯାତ୍ରା ପାଇଁ କଂଗ୍ରେସ ସବସିଡି ଦେଉଥିଲା କିନ୍ତୁ ବିଜେପି ଏହାର ରୁଗ୍ଣ ନୀତି ଯୋଗୁ ଏହା ବି ଶେଷ କରିଦେଲା। ଲଘୁ ବ୍ୟବସାୟ ପାଇଁ ପାଉଥିବା ସବସିଡି ବି ବନ୍ଦ ହୋଇଛି। ଭବିଷ୍ୟତରେ ଯେମିତି ବିଜେପି ନିଜର ବାହୁ ବଳ ପ୍ରୟୋଗ ନ କରୁ ଆମେ ଆପଣଙ୍କୁ ସୁରକ୍ଷା ଦେବୁ । କାରଣ ପରିସ୍ଥିତି ଆପଣମାନଙ୍କ ସାମ୍ନାରେ ରହିଛି।”

   Related Posts