କୌଣସି ବି ମନ୍ଦିରର ଜମିର ମାଲିକ କେବଳ ଭଗବାନ, ପୂଜାରୀ କିମ୍ବା ସରକାରୀ ଅଧିକାରୀ ନୁହନ୍ତି: ସୁପ୍ରିମକୋର୍ଟ

Published By : Prameya-News7 Bureau | September 06, 2021 IST

ନୂଆଦିଲ୍ଲୀ ୦୬।୦୯:  ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, କୌଣସି ମନ୍ଦିରର ଜମି ଉପରେ କେବଳ ଭଗବାନଙ୍କ ମାଲିକାନା ହକ ରହିଛି। ଜମି ଉପରେ ପୂଜାରୀ କିମ୍ବା କୌଣସି ସରକାରୀ ଅଧିକାରୀ ନିଜର ଅଧିକାର ଜାହିର କରି ପାରିବେ ନାହିଁ। ଏଥିପାଇଁ ସେ ଅଯୋଧ୍ୟାର ରାମ ଜନ୍ମଭୂମି  ନିଷ୍ପତ୍ତିର ଉଦାହରଣ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ମଧ୍ୟ ପ୍ରଦେଶ ସରକାରଙ୍କ ସେହି ଅଧିସୂଚନା ଉପରେ ମୋହର ମାରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ, ମନ୍ଦିର ଜମିର ମାଲିକ ମନ୍ଦିରର ପୂଜାରୀ ହୋଇ ପାରିବେ ନାହିଁ।

ସର୍ବଦା ଏହା ଦେଖିବାକୁ ମିଳିଥାଏ ଯେ, ମନ୍ଦିରର ଜମି ଉପରେ ପୂଜାରୀ ନିଜର ଅଧିକାର ସାବ୍ୟସ୍ତ କରିଥାନ୍ତି। ସରକାରୀ କାଗଜପତ୍ରରେ ପୂଜାରୀଙ୍କ ନାମ ଲେଖି ଦିଆଯାଏ। ଏହା ପରେ ପୂଜାରୀ ନିଜ ଇଚ୍ଛାରେ ମନ୍ଦିରର ଜମି ବିକ୍ରି କରିଥାନ୍ତି। ଏଥିପାଇଁ ମଧ୍ୟପ୍ରଦେଶ ସରକାର ଏହି ଅଧିସୂଚନା ଜାରି କରି କରିଥିଲେ ଯେ, ମନ୍ଦିରର ଜମି ଉପରେ ପୂଜାରୀଙ୍କ ମାଲିକାନା ଅଧିକାର ରହିବ ନାହିଁ। ପୂଜାରୀଙ୍କ କାମ କେବଳ ମନ୍ଦିର ଏବଂ ଜମିର ଦେଖାଶୁଣା କରିବ।

ଜମିର ମାଲିକାନା ଅଧିକାର କୌଣସି ସରକାରୀ ଅଧିକାରୀଙ୍କ ପାଖରେ ରହିବ ନାହିଁ। ସରକାରୀ ଅଧିକାରୀ  ଜମି ସହ ସଂପର୍କିତ ମାମଲାର ନିଷ୍ପତ୍ତି ନେଇ ପାରିବେ ନାହିଁ। ମନ୍ଦିର ଜମିର ମାଲିକାନା ଅଧିକାର କେବଳ ମନ୍ଦିରରେ ବିରାଜମାନ ଭଗବାନଙ୍କ ରହିବ। ଯେମିତି ରାମ ଜନ୍ମଭୂମି ମାମଲାରେ ହୋଇଥିଲା।

ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ପୂଜାରୀଙ୍କ କାମ କେବଳ ପୂଜା ପାଠ ଏବଂ ଜମି ଦେଖାଶୁଣା କରିବାରେ ସୀମିତ ରଖିଛନ୍ତି। ସରକାରୀ ଅଧିକାରୀଙ୍କୁ ମଧ୍ୟ ଜମିର ମ୍ୟାନେଜର ଭାବେ ମାଲିକାନା ଅଧିକାର ଦିଆଯାଇ ପାରିବ ନାହିଁ। ସରକାରୀ କାଗଜପତ୍ରରେ କେବଳ ଭଗବାନଙ୍କ ନାମ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.