ବାରବାଟିଆ ଦିନିକିଆ ପାଇଁ ଆଜିଠୁ ଅନଲାଇନରେ ଟିକେଟ ବିକ୍ରି : କଳାବଜାରୀ ଉପରେ ପୋଲିସର କଡା ନଜର

Published By : Prameya-News7 Bureau | December 05, 2019 IST

କଟକ ୦୫।୧୨: ଭାରତ-ୱେଷ୍ଟଇଣ୍ଡିଜ୍ ବାରବାଟୀ ଦିନିକିଆ ପାଇଁ ଆଜିଠୁ ଆରମ୍ଭ ହେବ ଟିକେଟ ବିକ୍ରି । ୮ ହଜାର ୧୫୦ଟି ଟିକେଟ ଆଜି ଠାରୁ ଅନଲାଇନ ମଧ୍ୟମରେ ବିକ୍ରି ହେବ ବୋଲି  ଓସିଏ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଟିକେଟ ବିକ୍ରି ଚାଲିବ । ଗ୍ୟାଲେରି ନଂ ୨ ପାଇଁ  ୩ ହଜାର, ୪ ନମ୍ବର ଗ୍ୟାଲେରୀରୁ ୩ ହଜାର,  ୬ ନମ୍ବର ଗ୍ୟାଲେରୀରୁ ୧୫ ଶହ, ନ୍ୟୁ ପାଭିଲଅନର ୫୦, ସ୍ପେଶାଲ ଏନକ୍ଲୋଜରରେ ୫ଶହ ଏବଂ ଏସି ବକ୍ସ ଗ୍ୟାଲେରୀ ୪ ନମ୍ବରରେ ଥିବା ୧୦୦ ଟି ସିଟ୍ ପାଇଁ ଅନଲାଇନ୍ ରେ ଟିକେଟ ଉପଲବ୍ଧ ହେବ । www.paytm.com ଏବଂ www.insider.in  ରେ ଟିକେଟ୍ ବୁକ କରିପାରିବେ ।

{"id":194031,"sizeSlug":"large"}

ଅନଲାଇନ ଟିକେଟ କିଣିଥିବା କ୍ରିକେଟ ପ୍ରେମୀ ମାନେ ଆସନ୍ତା ୧୯ ,୨୦ ଏବଂ ୨୧ ତାରିଖ ଦିନ କେମ୍ବ୍ରିଜ ସ୍କୁଲ କାଉଣ୍ଟରରୁ ସେମାନଙ୍କର ଟିକେଟ ଆଣିପାରିବେ । ଗ୍ୟାଲେରି ନମ୍ବର ୨ ଓ ୪ ଟିକେଟ୍ ଦାମ୍ ୫ ଶହ ଟଙ୍କା ଲେଖାଏଁ ରଖାଯାଇଛି ।  ସେହିଭଳି ଗ୍ୟାଲେରୀ ନମ୍ବର ୬ ଟିକେଟର ଦାମ୍ ୪ଶହ ଟଙ୍କା , ନ୍ୟୁ ପାଭିଲିଅନ୍ ଦାମ୍ ୫ ହଜାର , ସ୍ପେଶାଲ୍ ଏନକ୍ଲୋଜର ଟିକେଟ୍ ଦାମ୍ ୩ ହଜାର ଟଙ୍କା , ଏ.ସି ବକ୍ସ ଗ୍ୟାଲେରୀ ଟିକେଟ୍ ଦାମ୍ ୫ ହଜାର ଟଙ୍କା ରହିଛି । ସବୁ ଟିକେଟ୍ ରେ ୧୮ ପ୍ରତିଶତ ଜି.ଏସ୍.ଟି , ଲାଗିବ । ଆସନ୍ତା ୨୨ ତାରିଖରେ ବାରବାଟୀରେ ଖେଳାଯିବ ଇଣ୍ଡିଆ-ୱେଷ୍ଟ ଇଣ୍ଡିଜ୍  ଦିନିକିଆ ମ୍ୟାଚ । ତେବେ ଟିକେଟ କଳାବଜାରୀ ଯେଭଳି ନହୁଏ ସଥିଲାଗି ପୋଲିସ ତତ୍ପରତା ଦେଖାଇଛି । ଅନଲାଇନ୍ ହେଉ ଅବା କାଉଣ୍ଟର ଟିକେଟ୍ ବିକ୍ର, ସବୁ ଉପରେ ରହିବ ପୁଲିସର ତୀକ୍ଷ୍ଣ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.