ସୋମବାରଠୁ ଅନଲାଇନ୍‌ରେ ଆରମ୍ଭ ହେବ ମୋବାଇଲ୍-ଲାପଟପ୍ ବିକ୍ରି, ଏହି ଜୋନ୍‌ରେ ହେବନାହିଁ ଡେଲିଭରି

Published By : Prameya-News7 Bureau | May 03, 2020 IST

ନୂଆଦିଲ୍ଲୀ ୩।୫: ଆପଣ ଯଦି ଅନଲାଇନରେ ମୋବାଇଲ୍ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବାକୁ ଚାହୁଁଛନ୍ତି, ତେବେ ଆସନ୍ତାକାଲି ଆପଣଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । କାରଣ କେନ୍ଦ୍ର ସରକାର ଇ-କମର୍ସ କମ୍ପାନୀଗୁଡିକୁ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଡେଲିଭରି କରିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଏହା ସହିତ ଏକ ସର୍ତ୍ତ ରହିଛି ।

ବାସ୍ତବରେ, ଆସନ୍ତା ଆସନ୍ତା ୪ ତାରିଖରୁ ଆମାଜନ, ଫ୍ଲିପକାର୍ଟ, ପେଟିଏମ୍ ମଲ୍ ସମେତ ସମସ୍ତ ଇ-କମର୍ସ କମ୍ପାନୀକୁ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଡେଲିଭରି କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କିନ୍ତୁ ଏହି ଅନୁମତି କେବଳ ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍ ରେ ରହୁଥିବା ଲୋକଙ୍କ ପାଇଁ ଲାଗୁ ହେବ ।

ଯଦି ଆପଣ ଗ୍ରୀନ୍ କିମ୍ବା ଅରେଞ୍ଜ ଜୋନ୍ ରେ ଅଛନ୍ତି, ତେବେ ମେ’ ୪ରୁ ଆପଣ ମୋବାଇଲ୍, ଲାପଟପ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଅନଲାଇନରେ କିଣି ପାରିବେ । ମେ’ ୪ ତାରିଖରୁ ଏହି ଜିନିଷଗୁଡିକ ବିତରଣ କରିବାକୁ ସରକାର ଅନୁମତି ଦେଇଛନ୍ତି ।

କିନ୍ତୁ ଯଦି ଆପଣଙ୍କ ଅଞ୍ଚଳ ରେଡ୍ ଜୋନ୍ ଘୋଷିତ କରାଯାଇଛି ତେବେ ଆପଣ ଏହାର ଲାଭ ପାଇବେ ନାହିଁ । ରେଡ୍ ଜୋନ୍ ଅଞ୍ଚଳରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଅନୁମତି ଦିଆଯାଇଛି । ପୂର୍ବ ପରି ମେ’ ୧୭ ପର୍ଯ୍ୟନ୍ତ ରେଡ୍ ଜୋନ୍ ଅଞ୍ଚଳରେ ପ୍ରତିବନ୍ଧକ ଜାରି ରହିବ । ଅର୍ଥାତ୍ ରେଡ୍ ଜୋନ୍ ରେ ରହୁଥିବା ଲୋକ ଏବେ ମୋବାଇଲ୍-ଲାପଟପ୍ କିଣି ପାରିବେନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.