ସଟଡାଉନ୍ ପାଇଁ ଦୋକାନ ବଜାର ବନ୍ଦ, ଅନଲାଇନ୍ରେ ଅର୍ଡର୍ କଲେ ଘରେ ପହଁଚିବ ରଜପାନ
14/06/2020 at 5:34 PM

ଭୁବନେଶ୍ୱର, ୧୪|୦୬ : ମାଟି ଓ ମେଘର ମିଳନର ପର୍ବ ରଜ । ପ୍ରଥମ ବର୍ଷାର ପହିଲି ପରସ ପାଇ ମାଟି ହୁଏ ରଜବତୀ । ସତେ ଯେମିତି ବହୁ ଦିନରୁ ପ୍ରତିକ୍ଷୀତ ଏଇ ମାଟି, ବର୍ଷାର ସ୍ପର୍ଶରେ ହୋଇ ଉଠେ ପରିପୂର୍ଣ୍ଣା । ମହକି ଉଠେ ଧରାପୃଷ୍ଠ । ଋତୁମତୀ ଧରାର ସଂକେତ ବହନ କରି ଶୃଙ୍ଗାରରେ ସଜେଇ ହୁଏ ମାଟି ମାଆ । ତେବେ କରୋନା କଟକଣା ପାଇଁ ଘରେ ହିଁ କେବଳ ପାଳନ ହେଉଛି ରଜ । ସାମୁହିକ ଭାବେ କେହି ଏହାକୁ ପାଳନ କରୁନାହାଁନ୍ତି । ଘରେ ହିଁ ପିଠାପଣାରେ ଏହାକୁ ମନାଉଛନ୍ତି । ରଜରେ ପାନର ଚାହିଦା ମଧ୍ୟ ଅଧିକ । ବିଭିନ୍ନ ପ୍ରକାର ପାନ ଏବେ ବଜାରରେ ଉପଲବ୍ଧ । କିନ୍ତୁ ସଟଡାଉନ୍ ପାଇଁ ପାନ ଦୋକାନ ବନ୍ଦ ରହିଛି । ତେବେ ଅନଲାଇନରେ ମିଳୁଛି ରଜ ପାନ ।
ବର୍ଷରେ ଥରେ ଆସିଛି ରଜ । ଆଉ ସେଇ ରଜରେ ପାଟିରେ ଯଦି ପାନଟେ ନ ପଡିବ ସେ କି ରଜ । ହେଲେ କରୋନାକୁ ନେଇ ଏବେ ସଟଡାଉନ। ଦୋକାନ ବଜାର ବନ୍ଦ । ଏପରି ସମୟରେ ଯଦି ଆପଣ ପାନର ମଜା ନେବାକୁ ଚାହୁଁଛନ୍ତି ତେବେ ଅନଲାଇନରେ ପାଇ ପାରିବେ ପାନ ।
ଭୁବନେଶ୍ୱର ସହିଦ ନଗର ରେ ଥିବା ବନାରସି ପାନ ଭଣ୍ଡାର ପକ୍ଷରୁ ଅନଲାଇନ ପାନ ବ୍ୟବସ୍ଥା ଆରମ୍ଭ ହୋଇଛି । ଉପହାର ଡଟ କମରେ ଅନଲାଇନ ଆଡ଼ର କଲେ ଘରେ ପହଞ୍ଚିବ ପାନ। ଅର୍ଡର କରିବାର କିଛି ସମୟ ମଧ୍ୟରେ ଆପଣଙ୍କ ଠିକଣାରେ ପାନ ପହଁଚିଯିବ ।