ଅନଲାଇନରେ ଦେହବେପାର, ଆଉ ଖୋଜିବାକୁ ପଡ଼ିବନି ଦେହଜୀବି କିମ୍ବା ଗରାଖ

Published By : Prameya-News7 Bureau | January 18, 2019 IST

ରାଂଚି ୧୮/୧- ଆଉ ଏଣିକି ଆଉ ଖୋଜିବାକୁ ପଡ଼ିବନି ଦେହଜୀବି କିମ୍ବା ଗରାଖ । ଆଜିକାଲି  ସବୁ ବ୍ୟବସ୍ଥା ଅନଲାଇନରେ ଉପଲବ୍ଧ । କେବଳ ଦୈନିନ୍ଦିନ ସାମଗ୍ରୀ ନୁହେଁ ଅନଲାଇନରେ ମଗେଇହେବ ଝିଅ, ଯୋଗାଡ଼ କରିହେବ ଗରାଖ । ଏହିଭଳି ହାଇପ୍ରୋଫାଇଲର ସେକ୍ସରାକେଟର ଫର୍ଦ୍ଦାଫାଶ କରିଛି  ରାଂଚି ପୋଲିସ ।

{"id":75515,"width":589,"height":331}

ଆଜି ରାଂଚି ପୋଲସ ରାଂଚିର ଲାଲବାଗ ଅଂଚଳରେ ଠାବ କରିଛି ହାଇପ୍ରୋଫାଇଲର ସେକ୍ସ ରାକେଟ । ଅନଲାଇନରେ ଚାଲୁଥିବା ଏହି ଦେହ ବ୍ୟବସାୟରେ ୩ଜଣ ପୁରୁଷ ସମେତ ୨ଜଣ ମହିଳାଙ୍କୁ ପୋଲିସ ଗିରଫ କରିଛି ।

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଭାବେ କାଜଲ ସିଂ ନାମକ ଜଣେ ଯୁବତୀଙ୍କୁ ମଧ୍ୟ ରାଂଚି ପୋଲିସ ଗିରଫ କରିଛି ।କାଜଲ କୋଲକାତା, ମୁମ୍ବାଇର ଝିଅମାନଙ୍କ ସହ ନେଟଓ୍ଵାର୍କ ରଖି ଏହି ଅନାଲାଇନ ଦେହ ବ୍ୟବସାୟ କରୁଥିବାର ପୋଲିସ ଜାଣିବାକୁ ପାଇଛି ।  

ରାଂଚିରେ ଚାଲୁଥିବା ଏହି ଦେହ ବ୍ୟବସାୟ ସଂପର୍କରେ ପୋଲିସ କରିଛି ମହାଖୁଲାସା । ଗୁଗଲରେ ବିଭିନ୍ନ ସାଇଟ ତିଆରିକରି ଗରାଖ ଯୋଗାଡ଼ କରୁଥିଲେ ଏହି ନେଟଓ୍ଵାର୍କ । ତା ପରେ ସେମାନଙ୍କ ସହ ହ୍ଵାଟସଆପରେ ଯୋଗାଯୋଗ କରି ଝିଅଙ୍କୁ ପସନ୍ଦ କରିବା ସହ ରାତିକ ପାଇଁ ମୂଲଚାଲ ହୋଇଯାଉଥିଲା । ଗରାଖମାନେ ଝିଅଙ୍କୁ ପସନ୍ଦ କଲାପରେ କେଉଁ ହୋଟେଲରେ, କେତେ ନମ୍ବର ରୁମରେ ସୁବିଧା ମିଳିବ ଏ ତଥ୍ୟ ମଧ୍ୟ ସେମାନଙ୍କୁ ଦିଆଯାଉଥିଲା ।

{"id":75516,"width":587,"height":330}

ଏହି ଘଟଣାର ରାଣୀ ମହୁମାଛି କାଜଲ ସିଂକୁ ଗିରଫ କରିବା ସହ ପ୍ରଦୀପ ବିଶ୍ଵାଳ,ଭୋଲୁ ସିଂ, ସାଗର ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କେବଳ ରାଂଚି କାହିଁକି ଦେଶସାରା ଏମିତି ଅନଲାଇନରେ ଚାଲୁଛି ଦେହ ବ୍ୟବସାୟ । ଦେହଜିବୀମାନଙ୍କୁ ଭିନ୍ନ ଭିନ୍ନ ଏସକଟ୍ ସାଇଟ ମାଧ୍ୟମରେ ଯୋଗାଇଦେବା ସହିତ ଗରାଖ ଖୋଜିବାକୁ ଏହି ଓ୍ଵେବସାଇଟକୁ କାମରେ ଲଗାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.