ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଅନଲାଇନ ଲର୍ଣ୍ଣିଂ ଆପ କରିଛନ୍ତି ଏପରି ବିପଦଜନକ କାମ, ଆପଣଙ୍କ ପିଲା ଯଦି ୟୁଜର ହୋଇଯାଆନ୍ତୁ ସାବଧାନ

26/05/2022 at 1:50 PM

ନୂଆଦିଲ୍ଲୀ ୨୬।୫: ଗତ ୨୦୨୦ରେ କୋଭିଡ-୧୯ ମହାମାରୀରେ ପିଲାଙ୍କ ପାଠପଢା ଲାଗି ଅନଲାଇନ୍ ଲର୍ଣ୍ଣିଂ ଆପସ୍‌ଙ୍କ ଦ୍ରୁତ ଅଭିବୃଦ୍ଧି ହୋଇଥିଲା। ଏପରି ଆପମାନେ ଘରେ ରହି ଛାତ୍ରଛାତ୍ରୀଙ୍କୁ ଆରାମରେ ଶିକ୍ଷାଦାନର ଢେର ମାର୍କେଟିଂ କରୁଥିଲେ। ମହାମାରୀ ଦୃଷ୍ଟିରୁ ସାରା ବିଶ୍ୱରେ ସରକାରମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଅଫଲାଇନ ବଦଳେ ଅନଲାଇନ କ୍ଲାସେସ୍ କରିବାକୁ ଉତ୍ସାହିତ କରୁଥିଲେ। ନିକଟରେ ଏକ ଅନଲାଇନ ଲର୍ଣ୍ଣିଂ ଆପକୁ ନେଇ ବଡ ରହସ୍ୟୋଦଘାଟନ ହୋଇଛି।

ଅନଲାଇନ ଲର୍ଣ୍ଣିଂ ଆପଙ୍କ କାରନାମା ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହେବେ। ଯଦି ଆପଣଙ୍କ ପିଲା ଅନଲାଇନରେ ପଢୁଥାଏ ତେବେ ଏବେଠୁ ସାବଧାନ ହୋଇଯିବା ଭଲ। ହ୍ୟୁମାନ ରାଇଟ୍ ୱାଚ୍ (ଏଚଆରଡବ୍ଲୁ)ଙ୍କ ଏକ ରିପୋର୍ଟ ଅନୁସାରେ କେତେକ ଅନଲାଇନ ଲର୍ଣ୍ଣିଂ ଆପ ଓ ପ୍ରୋଗ୍ରାମ ପିଲାଙ୍କ ବିନା ସହମତିରେ ସେମାନଙ୍କ ଡାଟା ଜୁଟାଇଥିବା ବେଳେ ସେଗୁଡିକୁ ଥାର୍ଡପାର୍ଟି ଫାର୍ମ ବିକ୍ରି କରିଦେଇଛନ୍ତି।

ଏ ବାବଦେ ଏଚଆରଡବ୍ଲୁ ଭିନ୍ନ ଭିନ୍ନ ୪୯ ଦେଶଙ୍କ ଦେଢଶହରୁ ଅଧିକ ଏଡଟେକ୍ ପ୍ରଡକ୍ଟକୁ ଯାଞ୍ଚ କରି ଏଥିରୁ ୮୯ ପ୍ରତିଶତ ପ୍ରଡକ୍ଚ ପିଲାଙ୍କ ଡାଟାକୁ ଗୋପନରେ ସେମାନଙ୍କ ମାତାପିତାଙ୍କ ବିନାନୁମତିରେ ଦେଖିଥିବା ଜାଣିପାରିଛନ୍ତି। ଏହା ଛଡା ୧୬୪କୁ ୧୪୬ ଏଡଟେକ୍ ପ୍ରଡକ୍ଟ  ୟଙ୍ଗ ୟୁଜରଙ୍କ ସୁପରବିଜନ ଲାଗି ଟ୍ରେକିଂ ଟେକ୍ନୋଲଜିର ଉପଯୋଗ କରୁଥିବା ଅଥବା କ୍ଷମତା ରଖୁଥିବାର ଦେଖାଯାଇଛନ୍ତି।

ରିପୋର୍ଟ ଅନୁସାରେ ଜୁମ, ମାକ୍ରୋସଫ୍ଟ ଟିମ୍ସ ଓ ସିସ୍କୋ ଭିବେକ୍ସ ଭଳି ଏପ୍ ପିଲାଙ୍କ ଶିକ୍ଷଣ ଉଦ୍ଦେଶ୍ୟରେ ଉପଯୋଗ ପାଇଁ ଡେଭଲପମେଣ୍ଟ କରାଯାଇନଥିଲା। ଏହା ବିଶେଷ କରି ଘରୋଇ ସଙ୍ଗଠନଙ୍କ ମିଟିଙ୍ଗସ୍ ଓ କନଫରେନ୍ସ ଆୟୋଜନ ଲାଗି କରାଯାଇଥିଲା। ତେବେ ସେତେବେଳେ ଏହି ସବୁ ଏପସ୍‌କୁ ପିଲାଙ୍କ ପାଠପଢା ଲାଗି ବହୁଳ ଉପଯୋଗ କରାଯାଇଥିଲା।    

   Related Posts