ପିଲାଙ୍କ ପାଇଁ ବିପଦ ଅନଲାଇନ ଗେମ: ଖାଲି ହେଉଛି ପିତାମାତାଙ୍କ ବ୍ୟାଙ୍କ ବାଲାନ୍ସ, ବଢୁଛି ମାନସିକ ଚାପ

Published By : Prameya-News7 Bureau | July 19, 2021 IST

ନୂଆଦିଲ୍ଲୀ ୧୯/୦୭ : ଆଧୁନିକ ଓ ସ୍ମାର୍ଟ ଯୁଗରେ ଅନଲାଇନ ଗେମ ପ୍ରତି ପିଲାଙ୍କ ଉତ୍ସାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଅନଲାଇନ ଗେମର ଏହି ଅଭ୍ୟାସ କେତେ ଯେ ଭୟଙ୍କର ହୋଇବସିଲାଣି ତାର ଅନ୍ଦାଜ ଲଗାଇବା ମଧ୍ୟ ମୁସ୍କିଲ। ମହାମାରୀ ସମୟରେ ଅନଲାଇନ ପାଠ ପଢା ଓ ୱାର୍କ ଫ୍ରମ ହୋମର ଚଳନ ବୃଦ୍ଧି ପାଇଛି। ଏହିଭଳି ସମୟରେ ପିତାମାତାଙ୍କ ଗ୍ୟାଜେଟ୍ସ ପିଲାଙ୍କ ହାତରେ ପଡିବା ସାଧାରଣ କଥା। ପିଲା ମୋବାଇଲରେ ଭିଡିଓ ଗେମ ଖେଳୁଛନ୍ତି ଅଥବା ୟୁଟ୍ୟୁବ ଦେଖୁଛନ୍ତି। ତେବେ ଅନଲାଇନ ଗେମ ପିଲାଙ୍କ ପିତାମାତାଙ୍କ ପାଇଁ ବିପଦ ପାଲଟି ଗଲାଣି।

ଉତ୍ତର ପ୍ରଦେଶ ଝାନ୍ସୀର ଜଣେ ମହିଳାଙ୍କୁ ଦୁଇ ମାସରେ ୭ ଲକ୍ଷ ଟଙ୍କା ହରାଇବାକୁ ପଡିଛି। ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ରାଶି କଟିଛି। ସାଇବର ସେଲ ଯାଞ୍ଚରୁ ଜଣାପଡିଲା ଯେ ମହିଳାଙ୍କ ୧୨ ବର୍ଷର ପୁଅ ଗେମ୍ ଅପଡେଟ୍ କରିବା ଚକ୍କରରେ ଗେମରେ ବ୍ୟବହାର ହେଉଥିବା ଅସ୍ତ୍ର କିଣିଥିଲେ। ଏମିତି ଅନେକ ମାମଲା ସାମ୍ନାକୁ ଆସିଛି।

ଅନଲାଇନ ଗେମର ଦ୍ୱିତୀୟ ଓ ସବୁଠାରୁ ବଡ ବିପଦ ହେଲା ଏଥିପାଇଁ ପିଲା ମାନସିକ ସ୍ଥରରେ ଅସୁସ୍ଥ ହେଉଛନ୍ତି। ପିଲାଙ୍କ ମାନସିକ ସମସ୍ୟା ଦୁଇଗୁଣ ବୃଦ୍ଧି ପାଉଛି। ଲଗାତାର ଗେମ୍ ଖେଳିବା ଯୋଗୁଁ ପିଲାଙ୍କ ମୁଣ୍ଡବିନ୍ଧା, ଶରୀର ପୀଡା, ଦୃଷ୍ଟିଶକ୍ତି ଆଦିରେ ସମସ୍ୟା ହେଉଛି। ସବୁଠାରୁ ବଡ କଥା ୩-୪ ବର୍ଷ ବୟସର ଶିଶୁ ମଧ୍ୟ ଅନଲାଇନ ଗେମର ଶିକାର ହେଉଛନ୍ତି। ଗେମ୍ ପାଇଁ ଡିଭାଇସ ନ ମିଳିଲେ ପିଲା ହିଂସା ମଧ୍ୟ କରିବାକୁ ପଛାଉ ନାହାନ୍ତି।

ପିଲାଙ୍କୁ ଅନଲାଇନ ଗେମିଙ୍ଗରୁ କିଭଳି ବଞ୍ଚାଇବେ:
ବେଳେବେଳେ ଅଭିଭାବକ ନିଜର ଜରୁରୀ କାମରେ ବ୍ୟସ୍ତ ରୁହନ୍ତି। ପିଲା ତାଙ୍କୁ ବାରମ୍ବାର ହଇରାଣ ନ କରନ୍ତୁ ବୋଲି ସେ ପିଲାଙ୍କୁ ନିଜ ମୋବାଇଲ ଦେଇ ତାଙ୍କୁ ବ୍ୟସ୍ତ ରଖନ୍ତି। ଏଥିରୁ ହିଁ ପିଲାଙ୍କର ଅନଲାଇନ ଗେମିଙ୍ଗ୍ ଓ ଅନଲାଇନ୍ ଭିଡିଓ ଦେଖିବା ଅଭ୍ୟାସ ହୋଇଯାଇଥାଏ। ଏହିସବୁ ଉପାୟରେ ପିଲାଙ୍କୁ ଅନଲାଇନ ଗେମିଙ୍ଗରୁ ଦୁରେଇ ରଖିପାରିବେ-

wp:list
  • ପିଲାଙ୍କ ସାମ୍ନାରେ ଅଧିକ ସମୟ ମୋବାଇଲ ବ୍ୟବହାର କରନ୍ତୁ ନାହିଁ
  • ପିଲାଙ୍କୁ ଖେଳ ଖେଳିବାକୁ ଦିଅନ୍ତୁ, ଏହାଦ୍ୱାରା ଶାରୀରିକ ଓ ମାନସିକ ଶକ୍ତି ବୃଦ୍ଧି ହେବ ଏବଂ ମୋବାଇଲରେ ଗେମ ଖେଳିବା ଅଭ୍ୟାସ ଛାଡ଼ିଯିବ
  • ପିଲାଙ୍କୁ ଏକା ଛାଣନ୍ତୁ ନାହିଁ, ତାଙ୍କ ସହ କଥାବାର୍ତ୍ତା କରନ୍ତୁ, ସମୟ ବିତାନ୍ତୁ
  • ପିଲାଙ୍କ ରୁଚି ଜାଣିବାକୁ ଚେଷ୍ଟା କରନ୍ତୁ, ରୁଚି ଅନୁଯାୟୀ ତାଙ୍କୁ ଜିନିଷ ଉପଲବ୍ଧ କରାନ୍ତୁ
  • ବହି ପଢିବାକୁ ଏବଂ ଆଉଟଡୋର ଆକ୍ଟିଭିଟିଜ ପାଇଁ ପିଲାଙ୍କୁ ଉତ୍ସାହିତ କରାନ୍ତୁ
/wp:list wp:heading

- ଖାଲି ସମୟରେ ପିଲାଙ୍କୁ ଚିତ୍ର ଅଙ୍କିବା, ଡ୍ୟାନ୍ସ କରିବା ଆଦି ଶିଖାନ୍ତୁ

/wp:heading

ଯଦି ପିଲା ମୋବାଇଲ ପ୍ରତି ଅଭ୍ୟସ୍ତ ତାହେଲେ କଣ କରିବେ :

wp:list
  • ନିଜ ମୋବାଇଲର ପାସୱାର୍ଡ଼ ମଝି ମଝିରେ ବଦଳାଇ ଦିଅନ୍ତୁ
  • ଜିଦ କଲେ ଅନ୍ୟ କାମରେ ବ୍ୟସ୍ତ ରଖନ୍ତୁ
  • ପ୍ଲେ ଷ୍ଟୋର ଭଳି ଆପରୁ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଅନଲିଙ୍କ କରିଦିଅନ୍ତୁ
  • ମଝି ମଝିରେ ତାଙ୍କ ମୋବାଇଲ ଚେକ କରନ୍ତୁ
  • ପିଲା କେଉଁ ଆପ ବ୍ୟବହାର କରୁଛି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.