ଅନଲାଇନ ବେଟିଂ ବେଳେ ଚଢାଉ : ୩ ଗିରଫ, ଲକ୍ଷେ ୨୬ହଜାର ଟଙ୍କା ଜବତ

Published By : Prameya-News7 Bureau | March 08, 2020 IST

ଗୁଣୁପୁର ୮।୩: ଅନଲାଇନରେ ବେଟିଂ ବେଳେ ରାୟଗଡା ଜିଲ୍ଲା ଗୁଣୁପୁର ପୋଲିସର ଚଢାଉ । ଅନଲାଇନ କ୍ରିକେଟ୍ ବେଟିଂରେ ସମ୍ପୃକ୍ତ ଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗୁଣୁପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକମାନଙ୍କଠାରୁ ପୁଲିସ ୧ ଲକ୍ଷ ୨୬ ହଜାର ଟଙ୍କା ସହ ୬ ଟି ମୋବାଇଲ ୨ଟି ବାଇକ୍ ଜବତ କରିଛି ।

{"id":234913,"sizeSlug":"large"}

ଗିରଫ ସମସ୍ତ ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହି ରାକେଟର ମୁଖ୍ୟ କାର୍ପଟଦାର ଫେରାର ଅଛି । ଏହି ଅନଲାଇନ କ୍ରିକେଟ୍ ବେଟିଂରେ ଅନ୍ୟ କେଉଁ ମାନେ ସାମିଲ ଅଛନ୍ତି ତାର ମଧ୍ୟ ଖୋଳତାଡ କରୁଛି ପୋଲିସ । ତେବେ ଗିରଫ ହୋଇଥିବା ଯୁବକମାନେ ବର୍ତ୍ତମାନ ଚାଲିଥିବା ମହିଳା ୨୦-୨୦ ବିଶ୍ଵକପ୍ ଠାରୁ ଆରମ୍ଭ କରି ବିଭିନ୍ନ ଦେଶ ମଧ୍ୟରେ ଚାଲିଥିବା ଆନ୍ତର୍ଜାତୀୟ ମ୍ୟାଚ ବେଳେ ବେଟିଂ କରିଛନ୍ତି ।

{"id":234914,"sizeSlug":"large"}

ଏମାନେ ଅନଲାଇନ ମାଧ୍ୟମରେ ଟଙ୍କା ଟ୍ରାଞ୍ଜେକସନ କରୁଥିବା ଗୁଣୁପୁର ଏସଡିପିଓ ରାଜ କିଶୋର ଦାସ ପ୍ରକାଶ କରିଛନ୍ତି । ଗୁଣୁପୁର ପୋଲିସ ରାୟଗଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.