scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟମାଟୋ ପରେ ପିଆଜ ମଧ୍ୟ ଶସ୍ତାରେ ଯୋଗାଇବେ ସରକାର, ୨୫ ଟଙ୍କାରେ ହେବ ବିକ୍ରି

20/08/2023 at 6:59 PM

Onion

ନୂଆଦିଲ୍ଲୀ, ୨୦/୦୮: ଦରବୃଦ୍ଧିରୁ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ସରକାର ଲଗାତାର ପ୍ରୟାସ ଜାରି ରଖିଛନ୍ତି। ଫଳରେ ଟମାଟୋ ମୂଲ୍ୟରେ ହ୍ରାସ ହୋଇପାରିଛି। ଆଉ ଏବେ ସରକାର ଶସ୍ତାରେ ପିଆଜ ମଧ୍ୟ ଉପଲବ୍ଧ କରାଇବାକୁ ଯାଉଛନ୍ତି । ଯାହାଫଳରେ ଲୋକଙ୍କୁ ୨୫ ଟଙ୍କାରେ ପିଆଜ ମିଳିପାରିବ। ତେବେ ଏନସିସିଏଫ୍‌ ଦ୍ବାରାର ଶସ୍ତାରେ ପିଆଜ ବିକ୍ରି ସୋମବାର ଅଗଷ୍ଟ ୨୧ରୁ ଆରମ୍ଭ ହେବ।

ଏହାପୂର୍ବରୁ ଶନିବାର ସରକାର, ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ସୂଚନା ଦେଇଥିଲେ। କେନ୍ଦ୍ର ସରକାର ଦେଶରୁ ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ରପ୍ତାନୀ ଉପରେ ଏହି ପ୍ରତିବନ୍ଧକ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ। ତେବେ କେନ୍ଦ୍ର ସରକାର ଏହି ପଦକ୍ଷେପକୁ ପିଆଜ ଦାମ୍‌ରେ ବଢ଼ୁଥିବା ଆଶଙ୍କାକୁ କମ୍ କରିବାକୁ କରାଯାଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଏଥର କନ୍ଦାଇ ପାରିବନି ପିଆଜ ଦର, ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲଗାଇଲେ ସରକାର  

କାରଣ ଏଭଳି ଆଶଙ୍କା କରାଯାଉଥିଲା ଯେ, ଟମାଟୋ ଭଳି ପିଆଜ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଅସୁବିଧା ଆଣିପାରେ। ସେପ୍ଟେମ୍ବର ବେଳକୁ ପିଆଜ ମୂଲ୍ୟରେ ଆହୁରି ବଢ଼ିପାରେ । ବର୍ତ୍ତମାନ ମଧ୍ୟ ଦେଶର ଅନେକ ସହରରେ ଦର ୫୦ ଟଙ୍କା ଟପିଛି । ରାଜ୍ୟରେ ମଧ୍ୟ ୪୦ ଟପିଛି ପିଆଜ ଦର । ଏହି କାରଣରୁ ସରକାର ପୂର୍ବ ପ୍ରସ୍ତୁତି କରୁଛନ୍ତି ଫଳରେ ଆସନ୍ତା ମାସ​‌ରେ ପାର୍ବଣ ସମୟରେ ଯେପରି ଦର ନିୟନ୍ତ୍ରଣରେ ରହିବ। ପିଆଜ ଦାମ୍‌କୁ ନିୟନ୍ତ୍ରିତ କରିବା ପାଇଁ ସରକାର ବଫର ଷ୍ଟକ ସୀମାକୁ ବଢ଼ାଇ ୩ରୁ ୫ ଲକ୍ଷ ଟନ୍‌ କରିଛନ୍ତି। ନାଫେଡ ଏବଂ ଏନସିସିଏଫ୍‌କୁ ମଧ୍ୟ ଅତିରିକ୍ତ ୧-୧ ଲକ୍ଷ ଟନ୍‌ ପିଆଜ କିଣିବାକୁ କହିଛନ୍ତି। ଏମିତିକି ବଫର ଷ୍ଟକରୁ ପିଆଜ ବଜାରକୁ ପଠାଯିବା ଆରମ୍ଭ ମଧ୍ୟ ହୋଇଗଲାଣି।

ସୂଚନାଥାଉକି, ଏହା ପୂର୍ବରୁ ଟମାଟୋ ମୂଲ୍ୟ ଲୋକଙ୍କୁ ଖୁବ୍‌ ଚିନ୍ତାରେ ପକାଇଥିଲ। ଦେଶର ଅନେକ ସହରରେ କେଜି ପିଛା ମୂଲ୍ୟ ୨୦୦-୨୫୦ ଟଙ୍କା ପହଞ୍ଚିଥିଲା। ଏହା ​‌ପରେ ଏନସିସିଏଫ୍‌ ଏବଂ ନାଫେଡ ଶସ୍ତାରେ ଟମାଟୋ ବିକ୍ରି କରିବା ଆରମ୍ଭ କରିଥିଲେ। ପ୍ରଥମେ ଟମାଟୋ ୯୦ ଟଙ୍କା କରାଯାଇଥିଲା। ଆଉ ଏବେ ଏହା ୪୦ ଟଙ୍କା ହୋଇଛି।

ଆହୁରି ପଢ଼ନ୍ତୁ: କେଜି ପିଛା ୪୦ ଟଙ୍କା ହେବ ଟମାଟୋ, ନାଫେଡ ଓ ଏନସିସିଏଫକୁ ସରକାରଙ୍କ ନିର୍ଦ୍ଦେଶ

   Related Posts