ଚିକେନଠାରୁ ୩ଗୁଣା ମହଙ୍ଗା ପିଆଜ, ଲୁଚା ଚୋରାରେ ହେଉଛି ବିକ୍ରି, ଜାଣନ୍ତୁ କେଉଁଠି?

Published By : Prameya-News7 Bureau | January 13, 2023 IST

ମାନିଲା ୧୩।୧: କରୋନା ପରବର୍ତ୍ତି ବିଶ୍ୱରେ ଏବେ ଅନେକ ଦେଶ ମୂଲ୍ୟବୃଦ୍ଧିର ଶିକାର ହୋଇଛନ୍ତି, ଏଥିରୁ ଫିଲପାଇନ୍ସ ମଧ୍ୟ ବର୍ତ୍ତିନି। ଦେଶରେ ପରିସ୍ଥିତି ଏବେ ଏପରି ହୋଇଛି ଯେ ଚିକେନର ୩ ଗୁଣା ଦରରେ ପିଆଜ ବିକ୍ରି ହେଉଛି । ମିଡିଆ ରିପୋର୍ଟ ଅନୁସାରେ ଫିଲପାଇନ୍ସରେ ୧ କେଜି ପିଆଜ ଏବେ ୯୦୦ ଟଙ୍କା ଦରରେ ବିକ୍ରି ହେଉଛି, ଯେତେବେଳେ ଦେଶରେ ଚିକେନ ପ୍ରତି କେଜି ଦର ୩ଶହ ୨୫ଟଙ୍କା ରହିଛି। ଏଣୁ ଫିଲପାଇନ୍ସରେ ଏବେ ପିଆଜର ଚୋରା କାରବାର ବୃଦ୍ଧି ପାଇଛି। 

{"id":732642,"sizeSlug":"full","linkDestination":"none"}

ନିକଟରେ ଚୀନ୍‌ରୁ ଚୋରାରେ ଅଣାଯାଇଥିବା ପିଆଜକୁ ଫିଲପାଇନ୍ସ କଷ୍ଟମ ଅଧିକାରୀମାନେ ଜବତ କରିଛନ୍ତି। ଚୀନ୍‌ରୁ ପିଆଜକୁ ପେଷ୍ଟ୍ରି ଡାବାରେ ଭର୍ତ୍ତି କରି ଫିଲପାଇନ୍ସ ନିଆଯାଇଥିଲା। ଗତ ଡିସେମ୍ବରରେ ମଧ୍ୟ ଏପରି ଏକ ଘଟଣା ଘଟିଥିଲା। ଦେଶରେ ପିଆଜ ମୂଲ୍ୟ ବୃଦ୍ଧିରେ କ୍ଲୋଦିଂ ସିପମେଣ୍ଟରେ ପିଆଜ ଲୁଚାଇ ଦେଶକୁ ଅଣାଯାଇଥିଲା। କଷ୍ଟମ ଅଧିକାରୀମାନେ ସିପମେଣ୍ଟରୁ ଅଢେଇ କୋଟି ଟଙ୍କା ମୂଲ୍ୟର ପିଆଜ ଜବତ କରିଥିଲେ। ଫିଲପାଇନ୍ସରେ ପ୍ରାକୃତିକ ଦୁର୍ବିପାକ ଗତବର୍ଷ ପିଆଜ ଫସଲ ନଷ୍ଟ କରିଦେଇଥିଲା। ଫଳରେ ଦେଶରେ ପିଆଜର ଘୋର ଅଭାବ ଦେଖା ଦେଇଛି।

{"id":732643,"sizeSlug":"full","linkDestination":"none"}

ପିଆଜ ଫିଲପାଇନ୍ସ ଲୋକଙ୍କ ଖାଦ୍ୟର ଏକ ମୁଖ୍ୟ ଆବଶ୍ୟକତା। ଏଣୁ ଦେଶରେ ମାସିକ ପ୍ରାୟ ୨୦ ମେଟ୍ରିକ ଟନ ପିଆଜ ବିକ୍ରି ହୋଇଥାଏ। ବଜାରରେ ପିଆଜର ଚାହିଦା ଅଧିକ ଥିବା ବେଳେ ଯୋଗାଣ ହ୍ରାସ ଦେଶରେ ଦରବୃଦ୍ଧିର କାରଣ ପାଲଟିଛି। କେବଳ ପିଆଜ ମୂଲ୍ୟ ବୃଦ୍ଧି ଯୋଗୁ ଦେଶର ମୁଦ୍ରାସ୍ପିତି ହାର ଏବେ ୧୪ ପ୍ରତିଶତକୁ ପହଞ୍ଚିଛି। ଏଣୁ ଦେଶରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିଲପାଇନ୍ସ ସରକାର ୨୧ ହଜାର ଟନ ପିଆଜ ଆମଦାନୀ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଦେଶରେ ଫେବୃଆରୀରୁ ନୂଆ ପିଆଜ ଫସଲ ଆମଦାନୀ ଆରମ୍ଭ ହୋଇଯିବ। ତେବେ ସେତେ ପର୍ଯ୍ୟନ୍ତ ପିଆଜ ଆବଶ୍ୟକତା ପୂରଣ ଲାଗି ସରକାର ବିଦେଶରୁ ପିଆଜ ଆମଦାନୀକୁ ମଞ୍ଜୁର କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.