ଖସିଲାଣି ପିଆଜ ଦର, ୧୫ରୁ ୨୦ ଟଙ୍କା ହୋଇଯିବ ବୋଲି କହିଲେ ବେପାରୀ
13/12/2019 at 3:31 PM

ଭୁବନେଶ୍ୱର ୧୩।୧୨- ପିଆଜ ଦର ଏବ ହ୍ରାସ ପାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର ଏବେ ପାଇକାରୀ ବା ହୋଲ୍ସେଲ୍ ଦର ୫୫ଟଙ୍କାରୁ ୬୦ ଟଙ୍କାରେ ପହଞ୍ଚିଛି । ନାସିକରୁ ପିଆଜ ଓଡିଶା ବଜାରକୁ ଆସିଛି । ବେଙ୍ଗାଲୁରରୁ ମଧ୍ୟ ଏବେ ରାଜ୍ୟକୁ ପିଆଜ ଆମଦାନୀ କରାଯାଉଛି ।

ଆଉ ୧୫ରୁ ୨୦ ଦିନ ମଧ୍ୟରେ ଅତି ବେଶୀରେ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ଓଡ଼ିଶାର କଣ୍ଟାବାଞ୍ଜି, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରୁ ନୂଆ ପିଆଜ ଅମଳ ହେବ । ଓଡିଶା ପିଆଜ ବାଜରକୁ ଆସିଲେ କିଲୋପ୍ରତି ମୂଲ୍ୟ ୧୫ରୁ ୨୦ ଟଙ୍କାକୁ ଖସିଆସିବ ବୋଲି ରାଜଧାନୀରେ ପରିବା ବ୍ୟବସାୟୀ କହିଛନ୍ତି ।

ଏବେ ନାସିକ ଓ ବାଙ୍ଗାଲୋରରୁ ପ୍ରତିଦିନ ୨,୦୦୦ ଟନ୍ ପିଆଜ ଓଡ଼ିଶାକୁ ଆମଦାନୀ କରାଯାଉଛି ।
ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶାକୁ ଦୈନିକ ୩,୫୦୦ ଟନ୍ ପିଆଜ ଆବଶ୍ୟକ ।

ଏବେ ନାସିକରେ ମଧ୍ୟ ପିଆଜ ଆମଦାନୀ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ପିଆଜ ଆହୁରି କମିଯିବ ।
ମହାରାଷ୍ଟ୍ର ବନ୍ୟା ପରେ ପିଆଜ ଦର ଆକାଶ ଛୁଆଁ ହୋଇଥିଲା । ପିଆଜ ଦର ୧୫୦ ଟଙ୍କା ପାର କରିଥିଲା । ଏବେ ପିଆଜ ଦର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ।