scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୂଆ ପିଆଜ ଅମଳ ହେଲେ, ଚଳିତ ମାସ ଶେଷ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହ ପରେ ହିଁ ଦର କମିବ –ଯୋଗାଣମନ୍ତ୍ରୀ

9/12/2019 at 8:21 PM

ଭୁବନେଶ୍ୱର ୦୯।୧୨ – ପିଆଜ ଦର ବୃଦ୍ଧିକୁ ନେଇ ସାଧାରଣକେ ଅସନ୍ତୋଷ ତେଜିବାରେ ଲାଗିଛି । କିନ୍ତୁ, ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସ୍ପଷ୍ଟ କରିଛନ୍ତି ରାତାରାତି ପିଆଜ ଦର କମିବା ସମ୍ଭବ ନୁହେଁ । ଅଦିନିଆ ବର୍ଷା ସାରା ଦେଶରେ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ନୂଆ ପିଆଜ ଅମଳ ହେଲେ, ଚଳିତ ମାସ ଶେଷ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହ ପରେ ହିଁ ଦର କମିବ ।

ବାହାଘରର ଦାମିକିଆ ଗିଫ୍‌ଟ ହୋଇଛି ପିଆଜ। ଏକଥା ସୋସିଆଲ ମିଡିଆର ଗୁଲି ନୁହେଁ ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଛି ଅନୁଗୁଳରେ।ଅମୂଲ ମୂଲ ହୋଇଛି ପିଆଜ। ତେଣୁ ବିବାହରେ ପିଆଜକୁ ସୁନାରୁପା ବା ଅନ୍ୟାନ୍ୟ ମୂଲ୍ୟବାନ ଦ୍ରବ୍ୟ ଭଳି ନବଦମ୍ପତିଙ୍କୁ ଲୋକେ ଉପହାର ଦେଇଛନ୍ତି କିଛି ଅତିଥୀ ।ସୁସଜ୍ଜିତ ବାକ୍ସରେ ପ୍ୟାକିଂ କରି ଦେଇଛନ୍ତି ପିଆଜ ଉପହାର। ଆଜିକାଲି ତ ବଜାରରେ ଚାର୍ଟ ବି ବିନା ପିଆଜ ରସୁଣ ହେଇଗଲାଣି। ବାକି ରହିଲା ରୋଲ୍‌ ଆଉ ବିରିୟାନି ବିନା ପିଆଜ ରସୁଣ ହେବାକୁ। ଆଉ ଏଭଳି ସ୍ଥିତିରେ ଗିଫବକ୍ସରେ ଆସିଛି ପିଆଜ।

ପିଆଜର ରେକର୍ଡ ଦରବୃଦ୍ଧି  ଦେଶ ବ୍ୟାପୀ ଏଭଳି ସ୍ଥିତି ସୃଷ୍ଟି କରିଛି । ଏପରିକି ମନ୍ତ୍ରୀ ଏବେ କହୁଛନ୍ତି ଏହା ଜାତୀୟ ବିପର୍ଯ୍ୟୟ। ଆଜି ପିଆଜ ଦରକୁ ନେଇ ଯୋଗାଣ ମନ୍ତ୍ରୀ ଡାକିଥିଲେ ବୈଠକ। ବୈଠକ ପରେ ବୈଠକ ବସୁଛି ଆଉ ତାପରେ ମନ୍ତ୍ରୀଙ୍କର ଉତ୍ତର ସେୟା ଅହେତୁକ ଅଦିନିଆ ବର୍ଷା ଏବଂ କମ ଉତ୍ପାଦନ ଯୋଗୁଁ ସାରା ଦେଶରେ ପିଆଜ ଦର ବଢିଛି । ନୂଆ ଅମଳ ପିଆଜ ଆସିଲେ ହିଁ, ଡିସେମ୍ବର ଶେଷ କିମ୍ବା ଆସନ୍ତା ମାସ ପ୍ରଥମ ସପ୍ତାହରେ ପିଆଜ ଦର କମିବ । ଦେଶରେ ଦୈନିକ ୧୨ ଲକ୍ଷ ମେଟ୍ରିକ ଟନ ପିଆଜ ଆବଶ୍ୟକ । ଏବେ ବିଦେଶରୁ କିଣାହେଉଛି ମାତ୍ର ୧ ଲକ୍ଷ ମେଟ୍ରିକ ଟନ, ଯାହା ସମୁଦ୍ରକୁ ଶଙ୍ଖେ ବୋଲି ମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ଓଡ଼ିଶାରେ ପିଆଜ ୨୬ ପ୍ରତିଶତ କମ ଚାଷ ହୋଇଛି । ବାହାରୁ ଓଡିଶାକୁ ଦୈନିକ ୫୦ ଟ୍ରକ ପିଆଜ ଆସୁଥିଲା । ମାତ୍ର ଏବେ ଗୋଟିଏ ଟ୍ରକ ଆସୁଛି । ତେଣୁ ଦର ବଢିଛି । ସେପଟେ ପିଆଜ ଦର ବୃଦ୍ଧିକୁ ନେଇ ବିରୋଧୀ ସରକାରଙ୍କୁ ହିଁ ଦାୟି କରୁଛନ୍ତି। ସବସିଡି ଦାବି କରୁଛନ୍ତି।

କେତେବେଳେ ମୈତ୍ରୀ ଷ୍ଟୋରରେ ରିହାତି ଦରରେ ବିକି, ତ ପୁଣି କେତେବେଳେ ବିଦେଶରୁ ଆଣି ପିଆଜ ଦର ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି ସରକାର । ମାତ୍ର, ନୂଆ  ଅମଳ ପିଆଜ ବଜାରକୁ ନଆସିବା ଯାଏଁ ଲୋକଙ୍କର ପିଆଜ ଲୁହ ଶୁଖିବା ଯେ ସମ୍ଭବ ନୁହେଁ ଏହା ମନ୍ତ୍ରୀଙ୍କ ବୟାନ ପରେ ଜଳ ଜଳ ଦିଶୁଛି ।

   Related Posts