oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବହୁତ କମିଲା ପିଆଜ ଦର- ମଣ୍ଡିରେ କିଲୋ ପ୍ରତି ୬୦ ଟଙ୍କା

11/12/2019 at 8:27 PM

ଭୁବନେଶ୍ୱର ୧୧।୧୨  – ନାସିକ ପିଆଜ ଆସିବା ପରେ ଭୁବନେଶ୍ବର ଆଇଗିଣିଆ ମଣ୍ଡିରେ ପିଆଜ ଶସ୍ତା ହେ।ଇଛି । ମଣ୍ଡିରେ କିଲେ। ୬୦ ରୁ ୭୦ ଟଙ୍କାରେ ପିଆଜ ବିକ୍ରି ହେଉଛି କିନ୍ତୁ ଆପଣଙ୍କ ଘର ପାଖରେ ପିଆଜ କେତେରେ ମିଳୁଛି ଆପଣ ଭଲ ଭାବେ ଜାଣିଛନ୍ତି। କିଲୋ ୧୦୦ରୁ ୧୨୦। ଏମାନେ ଗ୍ରାହକଙ୍କଠୁ ସେହି ଉଚ୍ଚା ଦରରେ ମାଲ ଟାଣୁଥିବା ବେଳେ କମ୍ ଦାମ୍ ରେ ପିଆଜ କିଣୁଛନ୍ତି । କିନ୍ତୁ ସରକାରଙ୍କ ଯେ।ଗାଣ ବିଭାଗ ବିନା ପିଆଜ ରସୁଣ ପ୍ୟୋର ଭେଜ୍‌ ନିଦ୍ରାରେ ବିଭୋର।

ମଣ୍ଡିରେ ୬୦, ଘର ପାଖରେ ୧୨୦।  ଏ ତାରତମ୍ୟ କାହିଁକି। ମଝିରେ ଏତେ ଦର ବଢୁଛି କାହିଁକି। ମାନେ ସିଧା କହିଲେ ଲୋକଙ୍କୁ ଲୁଟ୍‌ ହେଉଛି। ତା ପୁଣି ଆଖିରେ ଆଙ୍ଗୁଠି ଗେଞ୍ଜି ।  ଗ୍ରାହକଙ୍କୁ ଦିନ ଦିପହରରେ ଲୁଟୁଛନ୍ତି ପିଆଜ ବେପାରୀ । ଭୁବନେଶ୍ବର ଆଇଗିଣିଆ ମଂଡ଼ିରେ ପିଆଜ ୬୦ ଟଙ୍କା ଥିବା ବେଳେ ଖେ।ଲା ବଜାରରେ ୧୨୦ ଦାମ୍ ରେ ପିଆଜ ବିକ୍ରି ହେଉଛି । ଲାଗୁଛି ସତେ ଯେମିତି ପୂରା ବ୍ୟବସ୍ଥାକୁ ହାଇଜାକ କରିନେଇଛନ୍ତି ପିଆଜ ବେପାରୀ । ଶୁଣନ୍ତୁ ଖେ।ଦ୍ ଆଇଗିଣିଆ ମଂଡ଼ିରେ ହେ।ଲସେଲ ପିଆଜ ବେପାର କରୁଥିବା ବ୍ୟବସାୟୀ କଣ କହୁଛନ୍ତି ଦରକୁ ନେଇ ।

ଖୁଚୁରା ବେପାରୀ କାହା ସାହାସରେ ଦୁଇଗୁଣା ଚଢାଦରରେ ଖାଉଟିଙ୍କୁ ପିଆଜି ବିକୁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ଖଚୁରା ବେପାରୀଙ୍କ କହିବା କଥା ସେମାନେ ମଧ୍ୟ ଚଢା ଦରରେ କିଣୁଛନ୍ତି । ହେଲେ ବାସ୍ତବ ଚିତ୍ର ଠିକ୍ ଓଲଟା ଆପଣ ଦେଖିଲେ ।

 ବଜାର ଦର ନିୟନ୍ତ୍ରଣ କରୁଥିବା ଯେ।ଗାଣ ବିଭାଗର ଅଧିକାରୀ ମାନେ ଏବେ ବି ବିନା ପିଆଜ ରସୁଣ ନିଦରେ ରହିଛନ୍ତି। ଚିଫ୍ ସପ୍ଲାଇ ଅଫିସର ମାନଙ୍କୁ ପଚାରିଲେ କହୁଛନ୍ତି ମଂଡ଼ିରେ ଏତେ କମ୍ ଖେ।ଲା ବଜାରରେ କେମିତି ଏତେ ଅଧିକ ହେଲା ସେ ନେଇ ଆମକୁ ଜଣାନାହିଁ ।

ସେପଟେ ଖାଉଟିକୁ ଠକିବା ପାଇଁ ଯେମିତି ଏକ ଚକ୍ରବ୍ୟୁହ ରଚନା କରାଯାଇଛି । ମଂଡ଼ିରୁ ପିଆଜ କିଣିବା ବେଳେ ଖୁଚୁରା ବେପାରୀ ରସିଦ୍ ଆଣୁନାହାନ୍ତି । ମଂଡ଼ିର କିଛି ମୁନାଫା ଖେ।ର ବ୍ୟବସାୟୀ ବି କେଇଟା ଟଙ୍କା ଲାଭ ପାଇଁ ଖୁଚୁରା ବେପାର ପାଇଁ ରସିଦ୍ ଦେଉନାହାନ୍ତି । ଫଳରେ କେତେ ଟଙ୍କାରେ ପିଆଜ କିଣାଯାଉଛି ତାର ହିସାବ କାହା ପାଖରେ ରହୁନି ।

ଗତ ତିନି ଦିନ ଧରି ପିଆଜ ଦର ବହୁତ କମିଯାଇଛି । ନାସିକ ପିଆଜ ବଜାରକୁ ଆସିବା ପରେ ଦର କମିଛି।  କିନ୍ତୁ ପିଆଜକୁ ଗଦକରି ଅଭାବ ସୃଷ୍ଟି କରିବା ଏବଂ ଚଢ଼ାଦର ବିକ୍ରିର ମୋହ ଛାଡ଼ିପାରୁନାହାନ୍ତି କିଛି ମୁନାଫାଖୋର ବେପାରୀ।  ଯାହାକୁ ନେଇ ଖାଉଟି କ୍ଷୁବ୍ଧ ।

   Related Posts