ଖସିଲା ପିଆଜ ଦର , ଖୁଚୁରାରେ କିଲୋପ୍ରତି ୮୦ ଟଙ୍କା

Published By : Prameya-News7 Bureau | December 12, 2019 IST

ଭୁବନେଶ୍ୱର ୧୨।୧୨ -ଖସିଲା ପିଆଜ ଦର । କିଛି ଦିନ ହେଲା ବେଲଗାମ୍ ହୋଇପଡ଼ିଥିବା ପିଆଜ ଦର ଏବେ ୧୦୦ ତଳକୁ  ଖସିଛି । ମାର୍କେଟରେ ଛୋଟ ପିଆଜ କିଲୋ ପ୍ରତି ୮୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଟିକେ ବଡ଼ ପିଆଜର ଦର ୮୫ରୁ ୯୦ଟଙ୍କା ପର୍ଯ୍ୟନ୍ତ ରହିଛି ।

ତଥାପି  ଆବଶ୍ୟକତା ଅନୁସାରେ ପିଆଜ କିଣି ପାରୁନଥିବା ଗ୍ରାହକ ଅଳ୍ପ କିଛି ନେଇ କାମ ଚଳାଇବା ଚେଷ୍ଟାରେ ଅଛନ୍ତି ।  ଭୁବନେଶ୍ବର କୁବେରପୁରୀରେ ପିଆଜ ଦର ଆକାର ଅନୁସାରେ କୁଇଣ୍ଟାଲ ପିଚ୍ଛା ୫ହଜାର ୫୦୦ଟଙ୍କାରୁ ୮ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ମାର୍କେଟକୁ ନାସିକ୍ ପିଆଜ ନଆସିବା ପର୍ଯ୍ୟନ୍ତ ପିଆଜ ଦର ଉଚ୍ଚା ରହିବ ବୋଲି ବ୍ୟବସାୟୀ କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.