scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଗକୁ ଆହୁରି ମହଙ୍ଗା ହୋଇପାରେ ପିଆଜ : ଚିନ୍ତାରେ ସାଧାରଣ ଜନତା

17/10/2020 at 4:38 PM

ଭୁବନେଶ୍ବର ୧୭/୧୦: କନ୍ଦେଇଲାଣି ପିଆଜ ଦର । ବଜାରକୁ ପିଆଜ ଆଣିବାକୁ ଗଲେ ଦର ଦେଖିଲେ ଡର ଲାଗୁଛି । ପିଆଜ କେଜି ପିଛା ଦର ୬୦ ଟଙ୍କାରେ ପହଞ୍ଚିଲାଣି । ୨ ରୁ ୩ଦିନ ଭିତରେ ଦର ୧୦ ରୁ ୧୫ ଟଙ୍କା ରେଟ୍ ବଢିଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ତେବେ ଆବଶ୍ୟକୀୟ ମୁତାବକ ପିଆଜ ମାର୍କେଟକୁ ଆସୁନଥିବାରୁ ରେଟ୍ ବଢୁଥିବା ବ୍ୟବସାୟୀ କହିଛନ୍ତି । ଆଗକୁ ଦର ୧୦୦ ଟଙ୍କା ଛୁଇଁବ ବୋଲି ବ୍ୟବସାୟୀ ଆଶଙ୍କା କଲେଣି । …  

ବର୍ତ୍ତମାନ ବଜାରରେ ପିଆଜ ରେଟ ୬୦ ଟଙ୍କା । ଗତ ୨ ରୁ ୩ ଦିନ ଭିତରେ ୧୦ ରୁ ୧୫ ଟଙ୍କା ଦର ବଢିଛି । କହିବାକୁ ଗଲେ ଗରିବଙ୍କ ପଖାଳ କଂସାରୁ ପିଆଜ ଉଭାନ୍ ହେବାକୁ ବସିଲାଣି । ବଜାରରୁ ପିଆଜ କିଣିବାକୁ ଡରୁଛନ୍ତି ଗ୍ରାହକ । କିଲେ ଯାଗାରେ ଅଧକେଜି, ଅଢେଇଶହ ନେଉଛନ୍ତି । ଗ୍ରାହକ ତ କହିଲେଣି ପିଆଜ କାଟିଲେ ଆଖିରୁ ଲୁହ ବାହାରୁଥିଲା ଏବଂ ରେଟ୍ ଶୁଣିଲା ବେଳକୁ ମୁଣ୍ଡରୁ ଝାଳ ବୋହୁଛି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଗ୍ରାହକ ଦାବି କରିଛନ୍ତି ।

ରାଜ୍ୟକୁ ବାର୍ଷିକ ପ୍ରାୟ ୫.୫ ଲକ୍ଷ ଟନ ପିଆଜ ଆବଶ୍ୟକ । କିନ୍ତୁ ଆମ ରାଜ୍ୟରେ ମାତ୍ର ୭୦ ରୁ ୮୦ ହଜାର ଟନ ପିଆଜ ଉତ୍ପାଦନ ହେଉଛି । ଅର୍ଥାତ ବାହାର ରାଜ୍ୟ ଉପରେ ଆମେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ବର୍ଷା ପାଇଁ ତାମିଲନାଡୁ, ବେଙ୍ଗାଲୁରୁରେ ପିଆଜ ଚାଷ ନଷ୍ଟ ହୋଇଯାଇଛି । ସେପଟେ ବର୍ତ୍ତମାନ ନାସିକରୁ ଆସୁଥିବା ପୁରୁଣା ପିଆଜ ସରିଆସିଲାଣି । ଦୀପାବଳି ବେଳକୁ ଅମଳ ହେବ ନୂଆ ପିଆଜ । ବର୍ତ୍ତମାନ ରାଜ୍ୟକୁ ଆବଶ୍ୟକ ମୁତାବକ ପିଆଜ ଆସୁନଥିବାରୁ ରେଟ୍ ବଢୁଥିବା ବ୍ୟବସାୟୀ କହିଛନ୍ତି ।

ବଜାରରେ ପରିବା ରେଟ ଉଚ୍ଚ ଥିବା ବେଳେ ଏବେ ପିଆଜ ବି ୬୦ ଛୁଇଁଲାଣି । ଏଭଳି ସ୍ଥିତିରେ ଦର ନିୟନ୍ତ୍ରଣ ପାଇଁ ଯୋଗାଣ ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

   Related Posts