scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାର୍କେଟରେ ଏବେ ପିଆଜର ନାଲିଆଖି, ଦିନ କେଇଟାରେ ୩ ଗୁଣ ଦରବୃଦ୍ଧି

22/08/2023 at 5:49 PM

କଟକ ୨୨/୦୮: ମାର୍କେଟରେ ଏବେ ପିଆଜର ନାଲିଆଖି । ଖୁଚୁରା ବଜାରରେ ଦେଖାଉଛି ତାଉ । ଦିନ କେଇଟାରେ ୩ ଗୁଣ ଦରବୃଦ୍ଧି । ଛତ୍ର ବଜାରରେ ଧଡା କିଣିଲେ ୮୦ । କିଲେ କିଣିଲେ ଗ୍ରାହକଙ୍କ ପକେଟଙ୍କୁ ବାଧୁଛି । କେଜି ହିସାବରେ ୩୦ ଟଙ୍କାରୁ ୩୫ ଟଙ୍କା । ତେବେ ଦରବୃଦ୍ଧିକୁ ନେଇ ସଫେଇ ରଖିଛି ଛତ୍ରବଜାର ବ୍ୟବସାୟୀ ସଂଘ । ସଂଘ କହୁଛି ପ୍ରାକୃର୍ତିକ ଦୂର୍ବିପାକ ଦରବୃଦ୍ଧିର ମୂଳ କାରଣ । ଆନ୍ଧ୍ର ଏବଂ ତାମିଲନାଡୁରେ ପିଆଜ ଅମଳ ହୋଇନାହିଁ । ସେଠାରୁ ଆମଦାନୀ ଆରମ୍ଭ ହୋଇଗଲେ, ଦର ଖସିବ ।

ଗତ କିଛିଦିନ ତଳେ ମାର୍କେଟରେ ତାଉ ଦେଖାଉଥିଲା ଟମାଟୋ । କିଲୋ ପିଛା ପାର୍ କରିଥିଲା ୨ଶହ ଟଙ୍କା । ଏବେ ମିଳିଛି ଆଶ୍ୱସ୍ତି । କିଲୋ ପିଛା ୪୦ ରୁ ୫୦ ଟଙ୍କାରେ ମିଳୁଛି ବିଲାତି ବାଇଗଣ । ହେଲେ ଟମାଟୋ ପରେ ଏବେ ଗ୍ରାହକଙ୍କୁ କନ୍ଦାଇବା ଆରମ୍ଭ କରିଦେଇଛି ପିଆଜ । କିଛିଦିନ ତଳେ ୨୫ ଟଙ୍କା ଥିଲା ଦର । ଏବେ ବଢି ୩୫ ରୁ ୪୦ ଟଙ୍କାରେ ହେଉଛି ଉପଲବ୍ଧ । ଯାହାକୁ ଅସନ୍ତୋଷ ଜାହିର କରିଛନ୍ତି ଖାଉଟି । କାରଣ ନଗଦ ନଗଦ ବିଲାତି ବାଇଗଣର ଦାମ୍‌ ଖସିଛି । ଏତିକି ବେଳେ ପିଆଜ ମହରଗ ହେବାଟା , ସମସ୍ତେ ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

ସେପଟେ ଦର ଚଢା ନେଇ ସଫେଇ ରଖିଛି ସଂଘ । ସଂଘ କହିବା କଥା ବନ୍ୟା ଏଥର ଉତ୍ପାଦନକୁ ପ୍ରଭାବିତ କରିଛି । ତେଣେ ଆନ୍ଧ୍ର ଏବଂ ତାମିଲନାଡୁରେ ପିଆଜ ଅମଳ ହୋଇନାହିଁ । ଏସବୁ ଦରବୃଦ୍ଧିର ଗୋଟିଏ ଗୋଟିଏ କାରଣ । ହେଲେ ରାଜ୍ୟରେ କାହିଁକି ପିଆଜ ଉତ୍ପାଦନ ବଢୁନାହିଁ । ତାର ଉତ୍ତର ହୁଏତ କାହା ପାଖରେ ନାହିଁ। ବ୍ୟବସାୟୀ ସଂଘ ଏହା ମଧ୍ୟ ସଫେଇ ଦେଇଛି ଯେ, ଗଣେଶପୁଜା ପର୍ଯ୍ୟନ୍ତ ଏଭଳି ଅବସ୍ଥା ରହିବ । ତା ପରେ ହୁଏତ ସୁଧୁରିପାରେ ସ୍ଥିତି ।

you can also read….

   Related Posts