କଟକ ୨୪।୧୧: କଟକରେ ଖୁଚୁରା ବଜାରରେ ପିଆଜ କିଲୋ ପ୍ରତି ୯୦ ରୁ ୯୫ଟଙ୍କାରେ ବିକ୍ରି ହେଉଛି । ଅନ୍ୟପଟେ ଛତ୍ର ବଜାର ମଣ୍ଡିରେ ପିଆଜ କିଲୋ ପ୍ରତି ୮୫ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ବଡ କଥା ହେଲା ପିଆଜ ଉତ୍ପାଦନ ଏତେ ପରିମାଣରେ କମିଛି ଯେ, ଆଗାମୀ ଦିନରେ କଟକ ଏବଂ ଓଡିଶା ବଜାରରେ ପିଆଜ ନମିଳିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ପ୍ରାୟ ୨୦ ଦିନ ପରେ ନୂଆ ପିଆଜ ଆସିଲେ ପିଆଜ ଦର ନିୟନ୍ତ୍ରଣକୁ ଆସିବ ବୋଲି କହିଛି ଛତ୍ରବଜାର ବ୍ୟବସାୟୀ ସଂଘ ।
{"id":189180,"sizeSlug":"large"}କଟକରେ ଖୋଲା ବଜାରରେ ଆଜି ପିଆଜ କିଲୋ ପିଛା ୯୦ରୁ ୯୫ ଟଙ୍କାରେ ବିକ୍ରି ହେଉଛି । ସେହିପରି ଛତ୍ରବଜାର ମଣ୍ଡିର ବ୍ୟବସାୟୀମାନେ ପିଆଜ କିଲୋ ପିଛା ୮୫ ଟଙ୍କାରେ ବିକ୍ରି କରୁଛନ୍ତି । ତେବେ ପିଆଜ ଦର ଦେଖି ଅଧିକାଂଶ ଲୋକ ପିଆଜ କିଣିବା ବନ୍ଦ କରିଦେଇଛନ୍ତି । ଯେଉଁମାନେ ବି ପିଆଜ କିଣୁଛନ୍ତି, ଆବଶ୍ୟକତାଠାରୁ କମ୍ କିଣିବାକୁ ପସନ୍ଦ କରୁଛନ୍ତି ।
{"id":189178,"sizeSlug":"large"}ସେପଟେ ମହାରାଷ୍ଟ୍ର ଓ ଆନ୍ଧ୍ରରୁ ପିଆଜ ଆସିବା ଧିରେ ଧିରେ କମି କମି ଯାଉଛି ବୋଲି ଛତ୍ରବଜାର ବ୍ୟବସାୟୀ ସଂଘ କହିଛି । ଛତ୍ରବଜାରର ନିୟମିତ ଦୈନିକ ପିଆଜ ଆବଶ୍ୟକତା ଦେଢ ଶହରୁ ଶହେ ଷାଠିଏ ଟନ୍ ଥାଏ । ମାତ୍ର ଦୁଇ ଦିନ ତଳେ ଛତ୍ରବଜାରକୁ ମାତ୍ର ୧୨ ଟନ୍ ପିଆଜ ଆସିଥିଲା । ଆଜି ମଧ୍ୟ ପ୍ରାୟ ୧୦ ରୁ ୧୨ ଟନ୍ ପିଆଜ ଆସି ପହଞ୍ଚିଛି । ଏପରି ଅବସ୍ଥା ଜାରି ରହିଲେ ପିଆଜ ଦର ଆହୁରି ବଢିବ ବୋଲି ବ୍ୟବସାୟୀ ସଂଘ କହିଛି । ଆଗକୁ ଓଡିଶା ବଜାରରେ ପିଆଜ ଆଦୌ ନମିଳିବାର ଆଶଙ୍କା ଦେଖାଦେଇଛି ବୋଲି ଛତ୍ରବଜାର ବ୍ୟବସାୟୀ ସଂଘ କହିଛି ।
{"id":189179,"sizeSlug":"large"}ଓଡିଶା ପିଆଜ ବଜାରକୁ ମାର୍ଚ୍ଚ, ଏପ୍ରିଲ ବେଳକୁ ଆସିବ । ସେହିପରି ମହାରାଷ୍ଟ୍ର ଓ ଆନ୍ଧ୍ରରେ ପ୍ରତିକୂଳ ପାଗ ଯୋଗୁଁ ପିଆଜ ଉତ୍ପାଦନରେ ଡେରି ହେବ । ତେଣୁ ନିକଟ ଭବିଷ୍ୟତରେ ପିଆଜ ଦର କମିବାର ସମ୍ଭାବନା ନାହିଁ ।