ବାହାରେ ନୁହଁ ଓଡ଼ିଶାରେ – ସାଙ୍ଗ ବାହାଘରରେ ପିଆଜ ଗିଫ୍ଟ
9/12/2019 at 6:32 PM

ଅନୁଗୁଳ ୦୯।୧୨ – ଏବେ ପିଆଜ ଦର ଯାହା ସାଧାରଣ ମଣିଷ ଏହାକୁ କିଣିବା ଏକ ପ୍ରକାର ବନ୍ଦ କରି ଦେଇଛି । ଶେଓ ଦରକୁ ପିଆଜ ଦର ବଳିଗଲାଣି । ଏବେ ବିଭିନ୍ନ ବାହାଘର ଓ ବ୍ରତଘରେ ପିଆଜକୁ ଉପହାର ଭାବେ ଦିଆଯାଉଛି ।

ଅନୁଗୁଳ ଏକ ବାହାଘର ରିସେପସନରେ ସାଙ୍ଗ ଦେଇଛନ୍ତି ସାଙ୍ଗକୁ ପିଆଜ ଗିଫ୍ଟ । ଅନଗୁଳ ପଞ୍ଚମହଲା ନିକଟସ୍ଥ ଆଦିମାତା ନଗରରେ ଅନୁଷ୍ଠିତ ହୋଇଥିବା ଏକ ବାହାଘରର ଭୋଜିରେ ଏହି ନିଆରା ଉପହାର ଦିଆଯାଇଛି । ସାଙ୍ଗମାନେ ପିଆଜକୁ ଗିଫ୍ଟ ପ୍ୟାକରେ ଆଣିଥିଲେ। ବର କନ୍ୟା ବି ଏହାକୁ ଖୁସୀର ସହ ଗ୍ରହଣ କରିଛନ୍ତି ।

ପିଆଜ ଦର ୧୫୦ ଟପିଥିବା ବେଳେ ଏବେ ଏହି ନିଆରା ଉପହାରକୁ ନେଇ ଅନୁଗୁଳରେ ଚର୍ଚ୍ଚା ଜୋର ଧରିଛି । ଅନେକ ହୋଟେଲ୍ର ମେନୁରୁ ପିଆଜ ଗାଏବ ହୋଇଯାଇଥିବା ବେଳେ , ଏବେ ପିଆଜକୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ଭାଇରାଲ୍ ଦୃଶ୍ୟ ଦେଖିବାକୁ ମିଳୁଛି ।