ଟମାଟର ପରେ ଏବେ କନ୍ଦାଇବ ପିଆଜ, ଜାଣନ୍ତୁ କେବେ ଓ କେତେ ବଢିବ ଦର?

Published By : Prameya-News7 Bureau | August 05, 2023 IST

ମୁମ୍ବାଇ ୫।୮: ଗତ କିଛି ସମୟ ହେଲା ଦେଶରେ ଟମାଟର ଦର ଆକାଶ ଛୁଇଁଛି। କେଉଁଠି ଟମାଟୋ କେଜି ପିଛା ୧୨୦ରେ କାରବାର ହେଉଛି ତ କେଉଁଠି ଦେଢଶହ ବା ଦୁଇଶହ ହେଲାଣି। ଏପରି ପରିସ୍ଥିତିରେ ପିଆଜ ଦର ମଧ୍ୟ ବଢିବ ବୋଲି ସୂଚନା ମିଳିଲାଣି। ଏକ ରିପୋର୍ଟ ଅନୁସାରେ ପିଆଜ ଦରରେ ରେକର୍ଡ ବୃଦ୍ଧି ହୋଇପାରେ। ଏବେ ବଜାରରେ ପିଆଜ କେଜି ପିଛା ୨୮ରୁ ୩୨ ଟଙ୍କା ମଧ୍ୟରେ ମିଳିଯାଉଛି। କିଛି ଦିନ ପୂର୍ବରୁ ପିଆଜ କେଜି ପିଛା ୧୫ଟଙ୍କା ଦରରେ ବିକ୍ରି ହେଉଥିଲା।

ଟମାଟର ଓ ମସଲା ପରେ ଏବେ କନ୍ଦେଇବ ଡାଲି, ଜାଣନ୍ତୁ କେଜି ପିଛା ଦର କେତେ?

କ୍ରିସିଲର ଏକ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛିଯେ ଯୋଗାଣ ହ୍ରାସ ଯୋଗୁ ସେପ୍ଟେମ୍ବର ଆରମ୍ଭ ସପ୍ତାହରେ ଦେଶର ଖୁଚୁରା ବଜାରରେ ପିଆଜ କେଜି ପିଛା ଦର ୬୦ରୁ ୭୦ ଟଙ୍କାକୁ ପହଞ୍ଚିପାରେ। ରିପୋର୍ଟରେ କୁହାଯାଇଛି ଯେ ଅଗଷ୍ଟ ମାସ ଶେଷ ହେବା ବେଳକୁ ରବିଫସଲ ଷ୍ଟକ୍‌ରେ ହ୍ରାସ ଦେଖାଯିବ। ଫଳରେ ମାନ୍ଦାବସ୍ଥା ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ବଢିଯିବ। ଏଥି ଯୋଗୁ ବଜାରକୁ ଯୋଗାଣ ପ୍ରଭାବିତ ହେବାକୁ ଥିବାରୁ ଉଚ୍ଚ ମୂଲ୍ୟର ସମ୍ମୁଖୀନ ହେବାକୁ ପଡିବ।

{"id":826685,"sizeSlug":"full","linkDestination":"none"}

ରିପୋର୍ଟରେ କୁହାଯାଇଛି ଅସ୍ୱଭାବିକ ପାଣିପାଗ ପାରମ୍ପରିକ ଯୋଗାଣକୁ ପ୍ରଭାବିତ କରିଛି। ରିପୋର୍ଟ ଅନୁସାରେ ଉଚ୍ଚ ତାପମାତ୍ରା ଯୋଗୁ ଫେବୃଆରୀରେ ମୁଖ୍ୟ ଉତ୍ପାଦକ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରବି ଫସଲ ଖୁବ୍ ଶୀଘ୍ର ଅମଳ ହୋଇଯାଇଥିଲା। ଏହା ଛଡା ମାର୍ଚ୍ଚରେ ଅଦିନିଆ ବର୍ଷା ଏହି ସବୁ ରାଜ୍ୟରେ ପିଆଜର ମାନ ଖରାପ କରିଥିଲା। ଭୀଷଣ ବର୍ଷାରେ ପିଆଜର ସେଲଫ ଲାଇଫ୬ ମାସରୁ ହ୍ରାସ ହୋଇ ୪-୫ ମାସ ଥିଲା। ଫଳରେ ପିଆଜ ଷ୍ଟୋର କରିବାର ଚିନ୍ତା ବଢିଯିବା ସହ ଚାଷୀ ଶସ୍ତାରେ ପିଆଜ ବିକିବା ଆରମ୍ଭ କରିଦେଇଥିଲେ।

ପଞ୍ଜାବ ରାଜ୍ୟପାଳ ରାଜଭବନରେ ଟମାଟୋ ବ୍ୟବହାର ଉପରେ ଲଗାଇଲେ ରୋକ

ତେବେ ଅକ୍ଟୋବରରେ ଖରିଫ ପିଆଜ ବଜାରକୁ ଆସିବାରେ ଲାଗିବ। ଏଣୁ ବଜାରରେ ଚଢି ରହିଥିବା ଦର ହ୍ରାସ ହେବ ବୋଲି କ୍ରିସିଲ ରିପୋର୍ଟରୁ ଜଣାପଡିଛି। ତେବେ ରିପୋର୍ଟରେ ଚଳିତବର୍ଷ ପିଆଜର ଉତ୍ପାଦନ ପାଖାପାଖି ୨୯ ମିଲିୟମ ମେଟ୍ରିକ ଟନକୁ ପହଞ୍ଚିବାର ଆଶା କରାଯାଉଛି। ଯାହା ଗତ ୫ ବର୍ଷ (୨୦୧୮-୨୦୨୨) ଉତ୍ପାଦନ ହାରଠାରୁ ୭ ପ୍ରତିଶତରୁ ବି ଅଧିକ। ଏହି ରିପୋର୍ଟ ବଜାରରେ ଟମାଟର ଦର ବଢିବା ପରେ ଆସିଛି। ତେବେ ବଜାର ବିଶେଷଜ୍ଞଙ୍କ ଅନୁସାରେ ସେପ୍ଟେମ୍ବର ମାସ ଆରମ୍ଭ ସହ ବାଜରରେ ଟମାଟର ଦର ନିୟନ୍ତ୍ରଣକୁ ଆସିଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.