Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଆକ୍ସନ ଫିଲ୍ମରେ ଡେବ୍ୟୁ କରିବେ ଆର୍ଯ୍ୟନ ଖାନ୍‌, ଶାହାରୁଖ କହିଲେ- ସାକାର ହେଉଛି ସ୍ଵପ୍ନ

7/12/2022 at 8:40 AM

ମୁମ୍ଵାଇ ୦୭।୧୨: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ । ପ୍ରଶଂସକଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ କିଙ୍ଗ୍‌ଖାନ୍‌ଙ୍କ ପୁଅ ଆର୍ଯ୍ୟନ କେବେ ବଲିଉଡରେ ଡେବ୍ୟୁ କରିବେ। ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ତାଙ୍କ ଡେବ୍ୟୁକୁ ନେଇ ଆର୍ଯ୍ୟନ୍‌ ସୋସିଆଲ୍‌ ମିଡିଆରେ ସାଇଟ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।  

ଯେଉଁମାନେ ବଡ଼ ପରଦାରେ ଆର୍ଯ୍ୟନଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ। ସେହିମାନଙ୍କ ପାଇଁ ଆର୍ଯ୍ୟନ୍ ତାଙ୍କ ଇନଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି।  ଯେଉଁଥିରେ ଏକ ଫିଲ୍ମର ସ୍କ୍ରିପ୍ଟ ଦୃଶ୍ୟମାନ ହେଉଛି ଏବଂ ସେହି ସ୍କ୍ରିପ୍ଟରେ ଆର୍ଯ୍ୟନଙ୍କ ନାମ ଲେଖାଯାଇଛି । ଏହା ସହିତ ଫଟୋରେ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ୍‌ର ପ୍ରଡକ୍ସନ ବ୍ୟାନରର ନାମ ମଧ୍ୟ ଦୃଶ୍ୟମାନ ହେଉଛି ।

Aryan Khan, Aryan Khan debut in Bollywood, Shahrukh Khan, आर्यन खान, शाहरुख खान, आर्यन खान की बॉलीवुड में डेब्यू

ଏହି ଫଟୋକୁ ସେୟାର କରି ଆର୍ଯ୍ୟନ୍ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ ରାଇଟିଙ୍ଗ ସମ୍ପୂର୍ଣ୍ଣ ହୋଇଛି … ଆକ୍ସନ କହିବା ବାକି ଅଛି। ତାଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଏକ ଆକ୍ସନ୍ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିବେ । ଏଥି ସହ ତାଙ୍କ ପିତା ଶାହରୁଖ ଖାନ ମଧ୍ୟ ଆର୍ଯ୍ୟନ ଖାନଙ୍କ ପୋଷ୍ଟ ଉପରେ କମେଣ୍ଟ ଦେଇ ଖୁସି ଜାହିର କରିଛନ୍ତି । କହିଛନ୍ତି –  ୱାଃ ଭାବୁଛି ବିଶ୍ଵାସ କରୁଛି .. ସ୍ୱପ୍ନ ସାକାର ହୋଇଛି, ବର୍ତ୍ତମାନ ସାହସ କର … ତୁମର ପ୍ରଥମ ଚଳଚ୍ଚିତ୍ର ପାଇଁ ଶୁଭେଚ୍ଛା ଜଣାଉଛି। ଏହା ସର୍ବଦା ସ୍ୱତନ୍ତ୍ର… । ଆର୍ଯ୍ୟନଙ୍କ ଏହି ଫଟୋ ସେୟାର କରିବା ମାତ୍ରେ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି।

   Related Posts