ଆସ୍ଥା ଭୋଟରେ ଜିତିଲେ ୟେଦୁରପ୍ପା : ଖୁବ ଶୀଘ୍ର ଘୋଷଣା କରିବେ ମନ୍ତ୍ରିମଣ୍ଡଳ
29/07/2019 at 11:36 AM

ବେଙ୍ଗାଲୁରୁ ୨୯/୭: ଆସ୍ଥା ଭୋଟରେ ପାସ୍ ହେଲେ ୟେଦୁରପ୍ପା। କର୍ଣ୍ଣାଟକରେ ୟେଦୁରପ୍ପା ସରକାରକଙ୍କୁ ମିଳିଛି ବହୁମତ। ୟେଦୁରପ୍ପା କହିଛନ୍ତି ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ। ଆଜି ବିଧାନସଭାରେ ୟେଦୁରପ୍ପାଙ୍କ ଶକ୍ତି ପରୀକ୍ଷା ହୋଇଥିଲା। ବହୁମତ ପାଇଁ ୧୦୪ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ୟେଦୁରପ୍ପା ୧୦୬ବିଧାୟକଙ୍କ ସମର୍ଥନ ସାବ୍ୟସ୍ତ କରିଥିଲେ।
ଗତକାଲି ଜେଡିଏସ୍ ଓ କଂଗ୍ରେସର ୧୪ଜଣ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିବା ପରେ ବହୁମତ ଜିତିବା ୟେଦୁରପ୍ପାଙ୍କ ପାଇଁ ସହଜ ହୋଇଯାଇଥିଲା। ଆଜି ବାଚନିକ ଭୋଟରେ ୟେଦୁରପ୍ପା ବିଜୟୀ ହୋଇଛନ୍ତି। ଭୋଟବେଳେ ବିରୋଧୀମାନେ ଭୋଟ ଡିଭିଜନ ଦାବି କରିନଥିଲେ। ଫଳରେ ବାଚନିକ ଭୋଟ ହୋଇଥିଲା।