ପାରିବାରିକ କଳହରୁ ଚାଲିଗଲା ଜଣଙ୍କ ଜୀବନ: ରକ୍ତାକ୍ତ ଅବସ୍ଥାରେ ସମସ୍ତେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | May 29, 2020 IST

ପଟ୍ଟାମୁଣ୍ଡାଇ୨୯/୫: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶିମିଳିଆ ଗ୍ରାମରେ ଆଜି ଭୋର ସମୟରେ ପାରିବାରିକ ହିଂସା ରୁ ଉଗ୍ରରୂପ ଧାରଣ କରିଥିଲା। ଦାଦା ପରୀକ୍ଷିତ ସ୍ବାଇଁ ତାର ପୁଅ ଶିବପ୍ରସାଦ ସ୍ତ୍ରୀ ନଳିନୀ ପ୍ରଭା ସ୍ବାଇଁ ତାର ଜ୍ବାଇଁ ସହିତ ଆଉ ଦୁଇଜଣ ଅଜଣା ବ୍ୟକ୍ତି  ପୁତୁରା ଦେବପ୍ରସାଦ ସ୍ବାଇଁର ବଂଶ ନିପାତ କରିବା ପାଇଁ ଆଜି ସକାଳୁ ସଂଘବଦ୍ଧ ଭାବରେ ଆକ୍ରମଣ କରିବାରୁ ଦେବାପ୍ରସାଦ ସ୍ବାଇ ଓ ତାର ମା କୁସୁମ  ସ୍ବାଇଁ ସ୍ତ୍ରୀ ମୀରା ସ୍ବାଇଁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ମାଆ ର ଗଳାରେ ଶକ୍ତ ଆଘାତ ଲାଗିଥିବାରୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କେନ୍ଦ୍ରାପଡା ସ୍ଥାନାନ୍ତର କରିଥିଲେ ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  ଅନ୍ୟପଟେ ସ୍ତ୍ରୀ ମୀରା ସ୍ୱାଇଁ ପେଟରେ ଗଭୀର ଆଘାତ ଲାଗିଛି। ସ୍ୱାମୀ  ଦେବପ୍ରସାଦ ର ବାମ୍ ହାତ ଓ ମୁଣ୍ଡରେ ଜୋର ଆଘାତ ଲାଗୁଥିବାରୁ ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । 

ମୁଖ୍ୟ ଆସାମୀ ଶିବପ୍ରସାଦ ଗତକାଲି ରାତ୍ରୀରେ ଆସି ଯୋଜନା କରି ଆଜି ସକାଳୁ ଆକ୍ରମଣ କରିଥଲେ। ମୁଖ୍ୟ ଆସାମୀ ଶିବପ୍ରସାଦ ଫେରାର ହୋଇଯାଇଥିବା ବେଳେ ବାପା ପରୀକ୍ଷିତ ସ୍ୱାଇଁ ପଟ୍ଟାମୁଣ୍ଡାଇ ଥାନାରେ ସରେଣ୍ଡର କରିଛି। ଓ ତାର ମା ନଳିନୀପ୍ରଭାକୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.