ରାଜନୈତିକ ଶତୃତାରୁ ସଂଘବଦ୍ଧ ଆକ୍ରମଣ; ବ୍ଲକ୍ ଅଧ୍ଯକ୍ଷାଙ୍କ ଭଣଜା ମୃତ
20/01/2023 at 9:06 PM

ଖଲ୍ଲିକୋଟ୍ ୨୦/୦୧: ଖଣ୍ଡାରେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ। ଏପରି ଏକ ଅପରାଧିକ ଘଟଣା ବେଗୁନିଆପଡ଼ା ବ୍ଳକ ରାଗପୁର ଛକ ପାଖରେ ଦେଖିବାକୁ ମିଳିଛି। ପୂର୍ବ ରାଜନୈତିକ ଶତୃତାକୁ ଏହି ହତ୍ୟାକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ପଙ୍କଜ ଗୌଡ଼। ସେ ତାଳସର ଭାବିନିପୁର ଗାଁ ବାସିନ୍ଦା। ଆକ୍ରମଣପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବେଗୁନିଆପଡ଼ା ଏହି ଅଭିଯୋଗରେ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ମୃତ ବ୍ୟକ୍ତି ଜଣଙ୍କ ବେଗୁନିଆପଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ଭଣଜା ବୋଲି ଜଣାପଡ଼ିଛି।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023
ସ୍କୁଲରୁ ଘରକୁ ଫେରୁଥିଲେ ମହିଳା, ଅଧାରାସ୍ତାରେ ଏସିଡ ମାଡ କଲେ ଦୁର୍ବୃତ୍ତ
8 February 2023