ଜୀବନ୍ତ ସାପକୁ ଖାଇଗଲା ଏକ ବର୍ଷର ଶିଶୁ, ଲାଞ୍ଜ ଦେଖିବାରୁ ପାଟିରୁ ଟାଣି ବାହାର କଲା ମା, ଜାଣନ୍ତୁ ଏହା ପରେ କଣ ଘଟିଲା

Published By : Prameya-News7 Bureau | September 05, 2020 IST

ଲକ୍ଷ୍ନୌ ୦୫।୦୯: ଉତ୍ତର ପ୍ରଦେଶର  ବରେଲି  ଜିଲ୍ଲାରେ ଫତେହଗଞ୍ଜ ପଶ୍ଚିମି ଏକ ଗାଁରେ ଖେଳ ଖେଳରେ ଏକ ବର୍ଷର ଶିଶୁ ଜୀବନ୍ତ ସାପ ଗିଳି ଦେଇଛି। ପିଲାର ମା ସାପର ଲାଞ୍ଜ ପୁଅ ପାଟିରେ ରହିଥିବା ଦେଖି  ତୁରନ୍ତ ସାପର ଲାଞ୍ଜ ଧରି ପିଲା ପାଟିରୁ ଟାଣି ବାହାର କରିଛନ୍ତି। ଏଥିରେ ହତଚକିତ ପରିବାର ଲୋକ କାଳ ବିଳମ୍ବ ନକରି ସାପ ଓ ପିଲାଙ୍କୁ ଧରି ଜିଲ୍ଲା ହସ୍ପିଟାଲ ଯାଇଛନ୍ତି।

ଫତେହଗଞ୍ଜ ପଶ୍ଚିମିର ଗାଁ ଭୋଲାପୁର ବାସିନ୍ଦା ଧର୍ମପାଲ କହିଛନ୍ତି ତାଙ୍କର ଏକ ବର୍ଷ ବୟସର ପୁଅ ଦେବେନ୍ଦ୍ର ଶନିବାର ସକାଳେ ଘର ବାହାରେ ଖେଳୁଥିଲା। ପିଲାର ମା ଘରକାମରେ ବ୍ୟସ୍ତ ଥିଲେ। ଧର୍ମପାଲ ନିଜ କାମରେ ଯିବାକୁ ପ୍ରସ୍ତୁତ ହେଉଥିଲେ। ସେହି ସମୟରେ ପିଲା ନିକଟକୁ ଅଚାନକ ଏକ ଛୁଆ ସାପ ଚାଲି ଆସିଥିଲା। ପିଲାଟି ଗେଲରେ ସାପଟିକୁ ଧରି ଖେଳିବାକୁ ଲାଗିଥିଲା। ଏହା ପରେ ସେ ସାପଟିକୁ ପାଟିରେ ଧରି ଗିଳିବା ଆରମ୍ଭ କରିଥିଲା ଏବଂ ସାପଟି ଧିରେ ଧିରେ ପାଟି ଭିତରକୁ ଯିବାରେ ଲାଗିଥିଲା।

ଧର୍ମପାଲ କହିଛନ୍ତି ପିଲାର ମା ସୋମବତୀ ଦେବେନ୍ଦ୍ର ଅଧିକ ସମୟ ହେଲା କିଛି ଖାଉଥିବା ଏବଂ ଲଗାତାର ପାଟି ଚବାଉଥିବା ଦେଖିବାକୁ ପାଇଥିଲେ। ସୋମବତୀ ପାଖକୁ ଯାଇ ଦେଖିଲେ ପୁଅ ପାଟିରେ ସାପର ଲାଞ୍ଜ ଦେଖା ଯାଉଛି। ତୁରନ୍ତ ସେ ଲାଞ୍ଜ ଧରି ପାଟିରୁ ଟାଣି ବାହାର କରିଥିଲେ। ଏହା ପରେ ସାପ ଓ ଦେବେନ୍ଦ୍ରକୁ ଧରି ଜିଲ୍ଲା  ହସ୍ପିଟାଲ ପହଞ୍ଚିଥିଲେ। ଡାକ୍ତର ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରିଥିଲେ। ବିପଦମୁକ୍ତ ହେବା ପରେ ମେଡିକାଲରୁ ଡିସଚାର୍ଜ କରିଥିଲେ।

ଦେବେନ୍ଦ୍ର ଗିଳିଥିବା ଛୁଆ ସାପର ଲମ୍ବ ସାତ ଇଞ୍ଚ। ସାପର ଫେଣ ମଧ୍ୟ  ବାହାରିବା ଆରମ୍ଭ ହୋଇ ଯାଇଥିଲା। ପିଲା ସାପକୁ ମୁହଁରେ ଧରି ଚାବିବାକୁ ଉଦ୍ୟମ କରିଥିଲା। ଫଳରେ ପାଟି ଭିତରେ ଅଣନିଃଶ୍ଵାସୀ ହୋଇ ସାପଟି ମରି ଯାଇଥିଲା।

ସାପଟି ସାତ ଇଞ୍ଚ ଲମ୍ବା ହୋଇଥିବା କାରଣରୁ ପିଲାଟିର ଜୀବନ ପ୍ରତି ମଧ୍ୟ ବିପଦ ଥିଲା। ଡାକ୍ତର କହିଛନ୍ତି ଯଦି ସାପଟିକୁ ଠିକ୍ ସମୟରେ ପାଟି ଭିତରୁ ବାହାର କରାଯାଇ ନଥାନ୍ତା ତେବେ ପିଲାଟି ଅଣନିଃଶ୍ଵାସୀ ହୋଇ ଯାଇଥାନ୍ତା ଏବଂ ତାର ଜୀବନ ମଧ୍ୟ ଚାଲି ଯାଇଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.