କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ପୁରିଲା ବର୍ଷେ ; ଆଜି ଦିନଟିକୁ କଳା ଦିବସ ଭାବେ ପାଳନ କରୁଛି କଂଗ୍ରେସ

Published By : Prameya-News7 Bureau | October 10, 2018 IST

କୋରାପୁଟ ୧୦|୧୦:  ଆଜି କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାକୁ ପୁରିଲା ବର୍ଷେ । ଏହି ଦିନକୁ କଳା ଦିବସ ରୂପେ ପାଳନ କରିବ କଂଗ୍ରେସ ।  କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଏହି ସୂଚନା ଦେଇଛନ୍ତି । ଆଜି କୁନ୍ଦୁଲିଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିଛି କଂଗ୍ରେସ । ଗତକାଲି ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ସମେତ କିଛି କଂଗ୍ରେସ ନେତା ପୀଡିତାଙ୍କ ପରିବାରଙ୍କୁ ଭେଟିଥିବା ବେଳେ ପୀଡିତାର ସମାଧୀସ୍ଥଳକୁ ଯାଇଥିଲେ । ଗତ ବର୍ଷ ଏହି ଦିନ ପୀଡିତା କୁନ୍ଦୁଲିରେ ଫଟୋ  ଉଠାଇ  ଘରକୁ ଫେରୁଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଏ ନେଇ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟରେ ଦୁଷ୍କର୍ମ ହୋଇନଥିବା  କୁହାଯାଇଥିଲା । ତେବେ ପରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ । ଏହାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.