ବାସନ ମାଜୁଥିବା ବେଳେ କେନାଲରେ ଖସିଗଲା ଗୋଡ଼, ଆଉ ତାପରେ..
1/09/2020 at 3:51 PM

ଭଦ୍ରକ ୦୧।୦୯: କେନାଲରେ ଖସି ଗଲା ମହିଳାଙ୍କ ଗୋଡ । କେନାଲରେ ଭାସିଥିବାର ଦେଖି ସମ୍ପର୍କୀୟ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେରା ପଞ୍ଚାୟଚ ଧଳିପୋଲି ନିକଟରେ ଘଟିଛି ଅଘଟଣ । ମୃତ ମହିଳା କୁବେରା ଗାଁର ହରିହର ସାମଲଙ୍କ ସ୍ତ୍ରୀ ସୁବାସିନ ସାମଲ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ସକାଳ ସମୟରେ ହନୁମାନ ଠାକୁରଙ୍କ ବାସନ ମାଜୁଥିବା ସମୟରେ ସୁବାସିନଙ୍କ ଗୋଡ଼ ଖସି ଯାଇଥିଲା । ନିକଟରେ ଉପସ୍ଥିତ ଥିବା ସମ୍ପର୍କୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି